ନୂଆଦିଲ୍ଲୀ : ସିରିଆର ମନବିଜ୍ ସହରରେ ବୋମା ବିସ୍ଫୋରଣ । କୃଷି ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଗାଡି ନିକଟରେ ବୋମା ବିସ୍ଫୋରଣ ଘଟିଛି । ଏକ କାରରେ ଧମାକା ହୋଇଥିବା ବେଳେ ୧୫ ଜଣଙ୍କ ଜୀବନ ଯାଇଛି । ଅନେକ ଲୋକ ଆହତ ହୋଇଛନ୍ତି । ବଶର ଅସଦଙ୍କୁ ଡିସେମ୍ବରରେ ବହିଷ୍କାର କରାଯିବା ପରେ ଉତ୍ତର-ପୂର୍ବ ଅଲେପ୍ପୋ ପ୍ରଦେଶର ମନବିଜରେ ହିଂସା ଘଟଣାମାନ ଘଟୁଛି । ତୁର୍କୀ ସମର୍ଥିତ ଗୋଷ୍ଠୀ ‘ସିରିଆ ନ୍ୟାସନାଲ ଆର୍ମି’ ଭାବରେ ଜଣାଶୁଣା । ଏହାର ଆମେରିକା ସମର୍ଥିତ କୁର୍ଦେ ନେତୃତ୍ୱାଧୀନ ‘ସିରିଆନ୍ ଡେମୋକ୍ରାଟିକ୍ ଫୋର୍ସ’ ସହିତ ସଂଘର୍ଷ ଜାରି ରହିଛି । ସିରିଆର ସ୍ଥିତି ବିଷୟରେ ସମଗ୍ର ବିଶ୍ୱ ଜାଣିଛି । ଆତଙ୍କବାଦ ଯୋଗୁ ପରିସ୍ଥିତି ଆହୁରି ଖରାପ ହୋଇଯାଇଛି ।
Views: 28