ଜମ୍ମୁ: ଆତଙ୍କବାଦୀଙ୍କ ଆକ୍ରମଣରେ ଅବସରପ୍ରାପ୍ତ ସୈନିକ ସହିଦ । ପନôୀ ଓ ଝିଅ ଆକ୍ରମଣରେ ଆହତ ହୋଇଛନ୍ତି । ଜାମ୍ମୁ-କାଶ୍ମୀରର କୁଲଗାମରେ ବଡ ଧରଣର ଆତଙ୍କୀ ହମଲା ହୋଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ଆତଙ୍କବାଦୀମାନେ ସୋମବାର ଦ୍ଵିପ୍ରହରରେ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲା ବେହିବାଗ ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ସୈନିକଙ୍କ ପରିବାର ଉପରକୁ ଗୁଳି ଚଳାଇଥିଲେ ।ଆତଙ୍କୀମାନେ ଅବସରପ୍ରାପ୍ତ ସୈନିକ ମଞ୍ଜୁର ଅହମ୍ମଦ ବାଗୟ, ତାଙ୍କ ପତ୍ନୀ ଓ ଝିଅ ଉପରକୁ ପାଖରୁ ଗୁଳି ଚଳାଇଥିଲେ । ଏଥିରେ ତିନି ଜଣ ଆହତ ହୋଇଥିଲେ । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିଲା । ହେଲେ ମଞ୍ଜୁରଙ୍କ ପେଟରେ ଗୁଳି ବାଜିଥିବାରୁ ହସ୍ପିଟାଲରେ ଚିକିତ୍ସା ସମୟରେ ହିଁ ସେ ଆଖି ବୁଜିଥିଲେ ।ଆତଙ୍କବାଦୀ ଆକ୍ରମଣ ପରେ ପୋଲିସ, ସେନା ଓ ସିଆରପିଏଫ୍ ଯବାନଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି ।ଆତଙ୍କବାଦୀଙ୍କୁ ଧରିବା ପାଇଁ ଅଞ୍ଚଳକୁ ଘେରାଉ କରାଯିବା ସହ ଖୋଜାଖୋଜି ଅଭିଯାନ ଆରମ୍ଭ କରାଯାଇଛି । ସେପଟେ ବରିଷ୍ଠ ସୁରକ୍ଷା ଅଧିକାରୀ ମଧ୍ୟ ସ୍ଥିତି ଅନୁଧ୍ୟାନ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ଆତଙ୍କବାଦୀଙ୍କ ଆକ୍ରମଣରେ ଅବସରପ୍ରାପ୍ତ ସୈନିକ ସହିଦ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











