The Ultimate Managed Hosting Platform
ADVERTISEMENT

ଫ୍ରିଜରେ ରଖୁଛନ୍ତି କି ଏହି ସବୁ ଫଳ? ହୋଇ ଯାଆନ୍ତୁ ସାବଧାନ…..

Facebook
Twitter
LinkedIn

ବ୍ୟୁରୋ : ଫ୍ରିଜରେ ଆପଣ ଆହି ସବୁ ଫଳ ରଖୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ । ବର୍ତ୍ତମାନ ଗ୍ରୀଷ୍ମରୁତୁ ଚାଲିଛି । ନିହାତି ଆପଣ ଘରେ ଥିବା ଫ୍ରିଜରେ ବିଭିନ୍ନ ଫଳ ରଖୁଥିବେ । କାହିଁକି ନା ଅତ୍ୟାଧିକ ଗରମ ହୋଇଥିବା କାରଣରୁ ଲୋକମାନେ ବାହାରେ ବୁଲି ନିଜ କାମ ଠିକରେ କରିପାରି ନଥାନ୍ତି । ଏଥି ସହ ଲୋକମାନେ ଏହି ଋତୁରେ ଥଣ୍ଡା ଜିନିଷ ଖାଇବାକୁ ଖୁବ୍ ଭଲ ପାଇଥାନ୍ତି । ଏପରି ସ୍ଥିତିରେ ବହୁତ ଫଳ, ପନିପରିବା ଆଦି ପାଚି ଖରାପ ମଧ୍ୟ ହୋଇଯାଏ । ତେଣୁ ଲୋକମାନେ ପ୍ରିଜରେ ଫଳ ଏବଂ ପନିପରିବାକୁ ସୁରକ୍ଷିତ ରଖିବା ପାଇଁ ଫ୍ରିଜରେ ରଖିଥାଆନ୍ତି । ହେଲେ ଆପଣମାନେ ଜାଣିଛନ୍ତି କି ଫ୍ରିଜରେ କେଉଁ ଫଳ ରଖିବା ଠିକ୍ ଏବଂ କେଉଁ ଫଳ ରଖିବା ଭୁଲ୍ । ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ତଥ୍ୟ ।
ଆପଣମାନେ ନିଶ୍ଚିତ ଭାବରେ ଫ୍ରିଜରେ ଯାହା ରଖନ୍ତୁ କି ନାହିଁ, କିନ୍ତୁ ଲେମ୍ବୁ ନିହାତି ରଖୁଥିବେ? ଯଦି ଆପଣ ରଖୁଛନ୍ତି ତେବେ ଆପଣଙ୍କର ଏହି ଅଭ୍ୟାସ୍ ତୁରନ୍ତ ବଦାଳନ୍ତୁ, ନଚେତ୍ ଅନେକ ସମସ୍ୟାରେ ସମ୍ମୁଖୀନ ହୋଇପାରନ୍ତି । କମଳା ଏବଂ ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ଥାଏ ଏବଂ ଏପରି ଫଳଗୁଡିକ ଫ୍ରିଜର ଥଣ୍ଡା ସହ୍ୟ କରିପାରେ ନାହିଁ । ଏହି କାରଣରୁ ଏହି ଫଳଗୁଡିକ ଫ୍ରିଜରେ ରଖିବା ଉଚିତ୍ ନୁହେଁ ।
ଯଦି ଆପଣ ତରଭୁଜ ଏବଂ ଖରଭୁଜକୁ ଥଣ୍ଡା ରଖିବା ପାଇଁ ଫ୍ରିଜରେ ରଖନ୍ତି, ତେବେ ଏ ଅଭ୍ୟାସ୍ ଛାଡନ୍ତୁ । ଏହାକୁ ଫ୍ରିଜରେ ରଖିବା ଦ୍ବାରା ଏହା ଶରୀରକୁ ବହୁତ ଶୀଘ୍ର ଖରାପ କରିଥାଏ । ତେବେ ଆପଣ ଏହି ଜିନିଷଗୁଡିକ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଏଥି ସହ ଜାଣି ରଖନ୍ତୁ ଯେ, ଯଦି ତରଭୁଜ କିମ୍ବା ଖରଭୁଜକୁ କାଟି ଫ୍ରିଜରେ ରଖନ୍ତି, ତେବେ ଏହି ଫଳଗୁଡିକରେ ଥିବା ପୋଷକ ତତ୍ତ୍ବ ନଷ୍ଟ ହୋଇଯାଇପାରେ । ଫ୍ରିଜରେ ରଖାଯାଇଥିବା ତରଭୁଜ କିମ୍ବା ଖରଭୁଜ ଖାଇବା ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହେବ ।ଏଥି ସହ ଯଦି ଆପଣ କଳଦୀକୁ ଫ୍ରିଜରେ ରଖନ୍ତି, ତେବେ କଦଳୀ ଚୋପା ଶୀଘ୍ର କଳା ପଡିବା ଆରମ୍ଭ କରିଥାଏ । କଦଳୀକୁ ଫ୍ରିଜରେ ରଖିବା ଦ୍ବାରା ଏହା ଶୀଘ୍ର ନଷ୍ଟ ହୋଇପାରେ । ଏହା ବ୍ୟତୀତ, ଯଦି ଆପଣ ଆମ୍ବ ଫ୍ରିଜରେ ରଖୁଛନ୍ତି ତେବେ ଏହି ଅଭ୍ୟାସ ତୁରନ୍ତ ବଦଳାନ୍ତୁ । କଦଳୀ ଏବଂ ଆମ୍ବକୁ ଆଦୈ ଫ୍ରିଜରେ ରଖନ୍ତୁ ନାହିଁ । ନଚେତ୍ ଭୋଗିବେ ଅନେକ ସମସ୍ୟା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login