ନୂଆଦିଲ୍ଲୀ : ଦୁବାଇରେ କାମ କରୁଥିବା ତେଲଙ୍ଗାନାର ୩ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଫଳରେ ୨ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁବାଇର ଏକ ବେକେରୀ ଦୋକାନରେ ଏଭଳି କାଣ୍ଡ ଘଟିଛି । ତେବେ ଆକ୍ରମଣ ଜଣେ ପାକିସ୍ତାନୀ ନାଗରିକ କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପାକିସ୍ତାନୀ ଜଣକ ଧାର୍ମିକ ନାରା ଦେଇ ଦୋକାନରେ ପଶି ଆକ୍ରମଣ କରିଥିଲା । ଜଣେ ନିର୍ମଳ ଜିଲ୍ଲାର ସୋଆନ ଗ୍ରାମର ଅଷ୍ଟପୁ ପ୍ରେମସାଗର (୩୫)ଙ୍କୁ ଏପ୍ରିଲ ୧୧ ତାରିଖରେ ହତ୍ୟା କରାଯାଇଥିଲା । ପୀଡିତମାନେ ଦୁବାଇର ଏକ ବେକରୀରେ କାମ କରୁଥିବା ବେଳେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ପ୍ରେମସାଗର ଗତ ପାଞ୍ଚ-ଛଅ ବର୍ଷ ଧରି ବେକରୀରେ ଚାକିରି କରୁଥିଲେ । ଶେଷ ଥର ପାଇଁ ଦୁଇ ବର୍ଷ ପୂର୍ବରୁ ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ । ତାଙ୍କ ପାର୍ଥିବ ଶରୀରକୁ ଭାରତ ଆଣିବାରେ ସାହାଯ୍ୟ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟ ଜଣେ ହେଲେ ଦ୍ୱିତୀୟ ମୃତକଙ୍କ ନାମ ଶ୍ରୀନିବାସ, ସେ ନିଜାମାବାଦ ଜିଲ୍ଲାର ବାସିନ୍ଦା । ଆକ୍ରମଣରେ ଆହତ ହୋଇଥିବା ତୃତୀୟ ବ୍ୟକ୍ତି ସାଗରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ତାଙ୍କ ପତ୍ନୀ ଭବାନୀ କହିଛନ୍ତି । ତେବେ ଏହି ଘଟଣା ପରେ ସମଗ୍ର ତେଲଙ୍ଗାନାରେ ଶୋକର ଛାୟା ଖେଳିଯାଇଛି ।
ଦୁବାଇ ବେକରୀରେ କାମ କରୁଥିବା ୩ ତେଲେଙ୍ଗାନା ଯୁବକଙ୍କୁ ଆକ୍ରମଣ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











