ନୂଆଦିଲ୍ଲୀ : ପାକିସ୍ତାନ ଭାରତ ସହ ସମସ୍ତ ବ୍ୟାପାର ସମ୍ୱନ୍ଧୀୟ ସମ୍ପର୍କ ତୁଟାଇବା ପରେ ଏବେ ନିଜେ ଚିନ୍ତାରେ ପାକ୍। ପାକିସ୍ତାନ ଏବେ ଜରୁରୀକାଳୀନ ଭାବେ ଔଷଧ ମହଜୁଦ କରିବାରେ ଲାଗିପଡିଛି । ସୂଚନା ଅନୁସାରେ ବ୍ୟାପାର ନିଲମ୍ୱିତ ହେବା ପରେ ପାକିସ୍ତାନ ଔଷଧର ଆବଶ୍ୟକତାକୁ ପୂରା କରିବା ପାଇଁ ତତ୍କାଳ ଉପାୟ ଖୋଜିବାରେ ଲାଗିପଡ଼ିଛି । କାରଣ ଔଷଧ ଆଉ ସ୍ୱାସ୍ଥ୍ୟକ୍ଷେତ୍ରରେ ପାକିସ୍ତାନ ଭାରତ ଉପରେ ହିଁ ନିର୍ଭର କରିଥାଏ । ତେବେ ପାକିସ୍ତାନ ମେଡିସିନ୍ ଆବଶ୍ୟକତା ପୂରଣ ନେଇ ଔଷଧ ବିନିୟାମକ ପ୍ରାଧିକରଣ ପୃଷ୍ଟି କରିଛି । ହେଲେ ଔଷଧ କ୍ଷେତ୍ରରେ ପ୍ରତିବନ୍ଧକ ପ୍ରଭାବ ନେଇ କୌଣସି ଔପଚାରିକ ଅଧିସୂଚନା ଦିଆଯାଇନାହିଁ । ହେଲେ ପାକିସ୍ତାନ ଆକସ୍ମିକ ଭାବେ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛି । ପାକିସ୍ତାନ ଔଷଧ ପାଇଁ ୩୦ରୁ ୪୦ ପ୍ରତିଶତ କଞ୍ଚାମାଲ ଭାରତ ଉପରେ ନିର୍ଭର କରିଥାଏ । ଯେଉଁଥିରେ ସକ୍ରିୟ ଔଷଧ ସାମଗ୍ରୀ ଓ ବିଭିନ୍ନ ଉନ୍ନତ ଚିକିତ୍ସା ଉତ୍ପାଦ ସାମଗ୍ରୀ ସାମିଲ ଅଛି । ତେଣୁ ଭାରତ ସହ ସମ୍ପର୍କ ଛିନ୍ନ କରି ପାକ୍ ଏବେ ଚୀନ ଋଷ ଓ ଅନ୍ୟ ୟୁରୋପୀୟ ଦେଶଠାରୁ ସାହାଯ୍ୟ ଆଶାରେ ରହିଛି ।
ପହଲଗାମ ଆକ୍ରମଣ: ଭାରତର କାର୍ଯ୍ୟାନୁଷ୍ଠାନ ପରେ ପାକକୁ ଘାରିଛି ଔଷଧ ଚିନ୍ତା

Facebook
Twitter
LinkedIn
Facebook
Twitter
LinkedIn
Recent News
ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି
କଟକ : ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଭାପତି ନିହାର ରଞ୍ଜନ ମହାନ୍ତି । ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଭାଇରଲ ଘଟଣାରେ ଗିରଫ ପରେ...
ମହାପ୍ରସାଦ ରେଟ ଚାଟ ଲାଗିବ : ମୁଖ୍ୟ ପ୍ରଶାସକ
ପୁରୀ : ଆନନ୍ଦ ବଜାରରେ ମହାପ୍ରସାଦ ସେବନ ଓ ବିକ୍ରି ଉପରେ ଆଲୋଚନା ହୋଇଛି । ଆଗକୁ ରେଟ ଚାଟ ଲାଗିବାର ବ୍ୟବସ୍ଥା କରାଯିବ କହିଲେ ମୁଖ୍ୟ...
ନବ ଦାସ ହତ୍ୟାକାଣ୍ଡ : ଆଜି ସାକ୍ଷ୍ୟ ଗ୍ରହଣ
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡା ଏଡିଜେ କୋର୍ଟରେ ଶୁଣାଣି ଆଜି । ଅନ୍ୟତମ ମୁଖ୍ୟ ସାକ୍ଷୀ ତକôାଳୀନ ବ୍ରଜରାଜନଗର ଆଇଆଇସିଙ୍କ...
ଟ୍ରକ ଧକ୍କାରେ ୩ ଜଣଙ୍କର ଚାଲିଗଲା ଜୀବନ
ତେଲକୋଇ : ବାଇକକୁ ଧକ୍କା ଦେଲା ଟ୍ରକ । ୩ ଜଣଙ୍କର ଚାଲିଗଲା ଜୀବନ । ଏନଏଚ ୪୯ର ଜଗମୋହନ ଛକରେ ଦୁର୍ଘଟଣା । ମୃତକମାନେ ଚାରକୋଟ...