ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତ ଆସିପାରନ୍ତି ପୁଟିନ ଏବଂ ଜେଲେନସ୍କି । ଏପରି ପରିସ୍ଥିତିରେ ଉଭୟ ଦେଶକୁ ସମାଧାନର ରାସ୍ତା ଦିଲ୍ଲୀରୁ ମିଳିପାରିବ କି ନାହିଁ ସେନେଇ ପ୍ରଶ୍ନ ଉଠୁଛି ।
ୟୁକ୍ରେନୀୟ ରାଷ୍ଟ୍ରଦୂତ ଓଲେକଜାଣ୍ଡର ପୋଲିଶଚୁକ୍ କହିଛନ୍ତି ଯେ, ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସକି ଖୁବ୍ ଶୀଘ୍ର ଭାରତ ଗସ୍ତ କରିପାରନ୍ତି । କିନ୍ତୁ ଗସ୍ତର ତାରିଖ ଏପର୍ୟ୍ୟନ୍ତ ସ୍ଥିର ହୋଇନାହିଁ । ବର୍ତ୍ତମାନ ତାରିଖ ସମ୍ପର୍କରେ ଆଲୋଚନା ଚାଲିଛି । ଗତ ବର୍ଷ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ୍ ଗସ୍ତ କରି ଜେଲେନ୍ସକିଙ୍କୁ ଭେଟିଥିଲେ । ସେତେବେଳେ ସେ ତାଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ । ଜେଲେନସ୍କି ଭାରତ ଗସ୍ତ ନେଇ ତାରିଖ ଧାର୍ୟ୍ୟ ଚାଲିଥିବା ସମୟରେ ପୁଟିନ୍ ମଧ୍ୟ ଭାରତ ଗସ୍ତରେ ଆସିବାର କାର୍ୟ୍ୟକ୍ରମ ରହିଛି । ଭାରତର ସମ୍ପର୍କ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଭଲ ରହିଛି । ଯାହା ଯୁଦ୍ଧ ବନ୍ଦ କରିବାର ଏକ ରାସ୍ତା ଦେଖାଇପାରିବ । ଅନ୍ୟପଟେ ଭାରତର ପ୍ରଧାନମନ୍ତ୍ରୀ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସକିଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ । ଉଭୟ ପକ୍ଷ ଏହା ଉପରେ କାମ କରୁଛନ୍ତି। ଆମେ ଆଶା କରୁଛୁ ଯେ ରାଷ୍ଟ୍ରପତି ଜେଲେନ୍ସକି ନିଶ୍ଚିତ ଭାବରେ ଭାରତ ଆସିବେ ।
ଖୁବଶୀଘ୍ର ଭାରତ ଆସିପାରନ୍ତି ପୁଟିନ ଏବଂ ଜେଲେନସ୍କି !
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











