The Ultimate Managed Hosting Platform
ADVERTISEMENT

କୋଷ୍ଠ କାଠିନ୍ୟକୁ ଦୂର କରେ ଧନିଆପାଣି

Facebook
Twitter
LinkedIn

ବ୍ୟୁରୋ : ଧନିଆରେ ଭିଟାମିନ୍ ସି, ଏ, କେ, ବି୬, କ୍ୟାଲସିୟମ, ଆଇରନ୍, ମ୍ୟାଗ୍ନେସିୟମ, ଫସଫରସ, ପୋଟାସିୟମ୍, କପର୍, ଜିଙ୍କ୍, ସେଲେସିୟମ୍, ମାଙ୍ଗାନିଜ, ସୋଡିୟମ, ଫୋଲେଟ, ଥିୟାମିନ୍, ନିଆସିନ୍, ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଇମ୍ଫେମେଟେରୀ ଭଳି ଗୁଣ ଥାଏ ।ଧନିଆ ପାଣି ଅନ୍ତନଳୀ ସ୍ବାସ୍ଥ୍ୟକୁ ଭଲ ରଖିଥାଏ । ଏହା ସହିତ କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏସିଡିଟି ଏବଂ ଡାଇବେଟିସ ଭଳି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ । ଏହି ପାଣି ଡାଏଟ୍ ପାଇଁ ଖୁବ୍ ଉପଯୋଗୀ ହୋଇଥାଏ । ଧନିଆ ପାଣି ପିଇବା ଦ୍ବାରା ଆପଣଙ୍କ ଶରୀରରେ ଥିବା ମେଟାବୋଲେଜିୟମକୁ ବୃଦ୍ଧି କରି ଓଜନ ହ୍ରାସର ଯାତ୍ରାକୁ ସହଜ କରିଦେଇଥାଏ ।
ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ସବୁଜ ଧନିଆ ପତ୍ର ଧୋଇ ଦିଅନ୍ତୁ, ପରିଷ୍କାର ପତ୍ରକୁ ଅଲଗା କରନ୍ତୁ ଏବଂ ଦୁଇ ଚାମଚ ପାଣି ଦେଇ ଏହାକୁ ଗ୍ରାଇଣ୍ଡ୍ କରନ୍ତୁ । ଏବେ ଏହି ମିଶ୍ରଣକୁ ଏକ ଗ୍ଲାସ ପାଣିରେ ପକାଇ ଫୁଟାନ୍ତୁ । ଫୁଟିବା ପରେ ଏହି ପାଣିକୁ ଏକ ଗ୍ଲାସରେ ଢାଳନ୍ତୁ ଏବଂ ବର୍ତ୍ତମାନ ସ୍ୱାଦ ଅନୁଯାୟୀ କଳା ଲୁଣ ଏବଂ ଲେମ୍ବୁ ରସ ମିଶାଇ ପିଅନ୍ତୁ । ଏହା ଆପଣଙ୍କ ହଜମ ଶକ୍ତିକୁ ଭଲ କରିବ ଏବଂ ଆପଣଙ୍କ ସୁଗାର ଲେବଲ ମଧ୍ୟ କମ୍ କରିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login