ନୂଆଦିଲ୍ଲୀ : ପୁଣି ଡରାଇଲାଣି କରୋନା । କରୋନା ଭାଇରସକୁ ନେଇ ଆତଙ୍କିତ ଲୋକେ । ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୩ ଟି କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ହସ୍ପିଟାଲ ଗୁଡ଼ିକୁ ବେଡ୍ ଏବଂ ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦେଇଛନ୍ତି । ଦିଲ୍ଲୀରେ ୨୩ ଜଣ କୋଭିଡ୍ ପଜିଟିଭ୍ ରିପୋର୍ଟ ଆସିଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ପଙ୍କଜ ସିଂ ଶୁକ୍ରବାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସରକାର ରୋଗୀଙ୍କ ବିବରଣୀ ଯାଞ୍ଚ କରୁଛନ୍ତି । ଏହା ସହିତ ସେମାନେ ଯାଞ୍ଚ କରୁଛନ୍ତି ଯେ ରୋଗୀମାନେ ସହରର ବାସିନ୍ଦା ନା ସେମାନଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରୀ ଅଛି ।
କୋଭିଡ୍ ଜେଏନ ୧ ରେ ସଂକ୍ରମିତ ବ୍ୟକ୍ତିମାନେ ଶ୍ୱାସକ୍ରିୟାର ସାମାନ୍ୟ ସମସ୍ୟା ଅନୁଭବ କରିଥାନ୍ତି । ଲକ୍ଷଣ ଗୁଡ଼ିକ ମଧ୍ୟରେ ଜ୍ୱର, ନାକରୁ ପାଣି ବୋହିବା, ଗଳା ଯନ୍ତ୍ରଣା, ମୁଣ୍ଡବିନ୍ଧା, ଅତ୍ୟଧିକ ଥକ୍କାପଣ, ମାଂସପେଶୀ ଦୁର୍ବଳତା ଏବଂ ପାକସ୍ଥଳୀରେ ସାମାନ୍ୟ ସମସ୍ୟା ଦେଖା ଦେଇଥାଏ । କିଛି କ୍ଷେତ୍ରରେ, ଭୋକ କମ୍ ହେବା ଏବଂ ଲଗାତାର ବାନ୍ତି ହୋଇପାରେ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସଂକ୍ରମିତ ହେବାରୁ ରକ୍ଷା ପାଇବା ପାଇଁ ନିୟମିତ ହାତ ଧୋଇବା, ମାସ୍କ ପିନ୍ଧିବା ଏବଂ ଅନ୍ୟାନ୍ୟ କୋଭିଡ୍ ସତର୍କତା ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।
ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୨୩ ଜଣ ପଜିଟିଭ ଚିହ୍ନଟ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







