The Ultimate Managed Hosting Platform
ADVERTISEMENT

୨୭ ବର୍ଷର ନିଖୋଜ ସ୍ୱାମୀଙ୍କୁ କୁମ୍ଭମେଳାରୁ ପାଇଲେ ସ୍ତ୍ରୀ

Facebook
Twitter
LinkedIn

ପ୍ରୟାଗରାଜ : ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଏକ ପରିବାରର ମହାମିଳନ ହୋଇଛି । ଝାଡ଼ଖଣ୍ଡର ଜଣେ ପରିବାର ସହ ୨୭ ବର୍ଷ ପରେ ଚମତ୍କାର ଭଳି ଘଟଣା ଘଟିଛି । ଏହି ପରିବାର ୨୭ ବର୍ଷରୁ ନିଖୋଜ ଥିବା ପୁଅଙ୍କୁ ପ୍ରୟାଗରାଜରେ ପାଇଥିବାର ଦାବି କରିଛନ୍ତି । ହେଲେ ସେ ଅଘୋରୀ ସାଧୁ ହୋଇଯାଇଛନ୍ତି ।ପରିବାର ଲୋକଙ୍କ କହିବା ମୁତାବକ, ୧୯୯୮ରେ ନିଖୋଜ ହୋଇଥିବା ଗଙ୍ଗାସାଗର ଯାଦବ ଏବେ ଅଘୋରୀ ସାଧୁ ହୋଇଯାଇଛନ୍ତି । ଯାହାଙ୍କୁ ଏବେ ବାବା ରାଜକୁମାର ନାମରେ ଲୋକମାନେ ଡାକୁଛନ୍ତି । ବର୍ତ୍ତମାନ ତାଙ୍କ ବୟସ ୬୫ ବର୍ଷ ରହିଛି । ଗଙ୍ଗାସାଗର ୧୯୯୮ରେ ପାଟନା ଯିବା ପରେ ହଠାତ୍ କେଉଁଆଡେ ନିଖୋଜ ହୋଇଯାଇଥିଲେ । ଏହାପରେ ତାଙ୍କ ସ୍ତ୍ରୀ ଧନୱା ଦେବୀ ଏକାକୀ ନିଜର ଦୁଇ ପୁଅଙ୍କର ପାଳନ ପୋଷଣ କରିଥିଲେ ।ମେଳାରେ ପହଞ୍ଚିବା ପରେ ପରିବାର ରାଜକୁମାର ବାବାଙ୍କୁ ଭେଟିଥିଲେ । ହେଲେ ସେ ଗଙ୍ଗାସାଗର ଯାଦବ ପରିଚୟକୁ ଅସ୍ୱୀକାର କରିଛନ୍ତି । ବାବା ରାଜକୁମାର ବାରଣାସୀର ସାଧୁ ବୋଲି ଦାବି କରିଛନ୍ତି ଏହାକୁ ଅସ୍ୱୀକାର କରିଛନ୍ତି । ହେଲେ ପରିବାର ଲୋକେ ଏହାକୁ ସ୍ୱୀକାର କରିନାହାନ୍ତି ।ମୂରଲୀ ଯାଦବ କହିଛନ୍ତି ଯେ, ଆମେ କୁମ୍ଭ ମେଳାର ଶେଷ ପର୍ୟ୍ୟନ୍ତ ଅପେକ୍ଷା କରିବୁ ଏବଂ ଯଦି ଦରକାର ପଡେ, ତେବେ ଡିଏନଏ ଟେଷ୍ଟ କରିବା ପାଇଁ ଦାବି କରିବୁ । ଯଦି ପରୀକ୍ଷଣରେ ଭୁଲ ଆସିଲା, ତେବେ ଆମେ ରାଜକୁମାରଙ୍କୁ ଭୁଲ୍ ମାଗିଦେବୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login