ଚଣ୍ଡିଗଡ଼ : ଚଣ୍ଡିଗଡ଼ ମେୟର ନିର୍ବାଚନରେ ଏଥର ବାଜି ମାରିନେଇଛି ବିଜେପି । ବିଜେପି ପ୍ରାର୍ଥୀ ହରପ୍ରୀତ କୌର ମୋଟ ୧୯ ଖଣ୍ଡ ଭୋଟ୍ ପାଇଛନ୍ତି । ଆମ୍ ଆଦମୀ ପାର୍ଟିର ମେୟର ପ୍ରାର୍ଥୀ ପ୍ରେମଲତାଙ୍କ ସପକ୍ଷରେ ୧୭ ଖଣ୍ଡ ଭୋଟ୍ ପଡ଼ିଛି । ତିନିଜଣ କାଉନସିଲର ବିଜେପି ସପକ୍ଷରେ କ୍ରସ୍ ଭୋଟିଂ କରିଥିଲେ । ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ମେଣ୍ଟ କ୍ରସ-ଭୋଟିଂକୁ ରୋକିବା, ପ୍ରତ୍ୟେକ ଭୋଟ୍ ବଞ୍ଚାଇବା ପାଇଁ ନିଜର ସମସ୍ତ କାଉନସିଲରଙ୍କୁ ରିସୋର୍ଟରେ ରଖିଥିଲେ । ଆମ୍ ଆଦମୀ ପାର୍ଟି କାଉନସିଲରମାନେ ପଞ୍ଜାବ ପୋଲିସର ତତ୍ତ୍ୱାବଧାନରେ ଥିବାବେଳେ କଂଗ୍ରେସ କାଉନସିଲରମାନଙ୍କୁ ଦଳର ନେତାମାନେ ହିଁ ନଜର ରଖିଥିଲେ । କିନ୍ତୁ ଏହି ଉପାୟ କାମ କରି ନ ଥିଲା । ଏଥର ଗୁପ୍ତ ମତଦାନ ପ୍ରଣାଳୀ ଜରିଆରେ ଭୋଟିଂ ହୋଇଥିଲା । ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସ୍ୱାଧୀନ ପର୍ୟ୍ୟବେକ୍ଷକ ତଥା ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ୍ ଜୟଶ୍ରୀ ଠାକୁରଙ୍କ ତତ୍ତ୍ୱାବଧାନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ପ୍ରକ୍ରିୟାର ଭିଡିଓଗ୍ରାଫି କରିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମେୟର ପଦବୀ ପାଇଁ ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେସନର ସଭାଗୃହରେ ସକାଳ ୧୧ଟା ୨୦ରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ୧୨ଟା ୧୯ରେ ଶେଷ ହୋଇଥିଲା । ଚଣ୍ଡିଗଡ଼ ସାଂସଦ ମନୀଷ ତିୱାରୀ ମେୟର ନିର୍ବାଚନରେ ପ୍ରଥମ ଭୋଟ୍ ଦେଇଥିଲେ ଏବଂ ଏହା ପରେ କାଉନସିଲରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ ।
ଚଣ୍ଡିଗଡ ମେୟର ନିର୍ବାଚନରେ ବାଜି ମାରିଲା ବିଜେପି
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







