The Ultimate Managed Hosting Platform
ADVERTISEMENT

ମହାକୁମ୍ଭକୁ ଓଏସଆରଟିସିର ସ୍ୱତନ୍ତ୍ର ବସ ବାତିଲ

Facebook
Twitter
LinkedIn

ଭୁବନେଶ୍ୱର : ମହାକୁମ୍ଭକୁ ଓଡିଶାରୁ ଯାଉଥିବା ଓଏସଆରଟିସିର ସ୍ୱତନ୍ତ୍ର ବସ ବାତିଲା ଫେବ୍ରୁଆରୀ ୪ ତାରିଖ ଯାଏଁ ଓଏସଆରଟିସିର ସ୍ୱତନ୍ତ୍ର ବସ ବାତିଲ । ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଏସଆରଟିସିର ନିଷ୍ପତ୍ତି । ଟଙ୍କା ଫେରସ୍ତ ପାଇଁ ୯୯୩୭୫୪୭୭୭୩କୁ ଯୋଗାଯୋଗ କରନ୍ତୁ । ଯେଉଁ ମାନେ ଆଗୁଆ ଟିକେଟ କରିଥିଲେ ଯୋଗାଯୋଗ କରିପାରିବେ ।
ତେବେ ପ୍ରୟାଗରାଜ କୁମ୍ଭମେଳାରେ ଦଳାଚକଟାରେ ୩୦ ଭକ୍ତଙ୍କ ମୃତ୍ୟୁ ହୋଇଛି। ଏହି ସୂଚନା ଦେଇଛନ୍ତି ମହାକୁମ୍ଭ ଡିଆଇଜି ବୈଭବ କ୍ରିଷ୍ଣା। ସେ କହିଛନ୍ତି, ୨୫ ଜଣଙ୍କ ପରିଚୟ ମିଳିଥିବା ବେଳେ ୫ ଜଣଙ୍କ ପରିଚୟ ଏଯାଏ ମିଳିନି। ୬୦ରୁ ଅଧିକ ଆହତ ହୋଇଥିବା ଡିଆଇଜି କହିଛନ୍ତି। ଦଳାଚକଟା ପରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ଥିତିର ସମୀକ୍ଷା କରିଛନ୍ତି।
ଡିଆଇଜି କହିଛନ୍ତି, ଭୋର ଗୋଟାଏରୁ ଦୁଇଟା ଭିତରେ ଦଳାଚକଟା ହୋଇଥିଲା। ଆଖଡ଼ାର ସନ୍ୟାସୀଙ୍କ ଅମୃତ ସ୍ନାନ ପାଇଁ ବ୍ୟବସ୍ଥା ହୋଇଥିବା ସଂଗମରେ ବୁଡ଼ ପକାଇବା ପାଇଁ କିଛି ଶ୍ରଦ୍ଧାଳୁ ବ୍ୟାରିକେଡ୍ ଡେଇଁ ସେପଟକୁ ଯାଇଥିଲେ। ଏହି ସମୟରେ ଦଳଚକଟା ହୋଇଛି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସେ କହିଛନ୍ତି। କେବଳ ସଂଗମରେ ବୁଡ଼ ପକାଇବାକୁ ଚେଷ୍ଟା ନ କରି ଅନ୍ୟ ଘାଟରେ ବି ସ୍ନାନ କରନ୍ତୁ ବୋଲି ଶ୍ରଦ୍ଧାଳୁଙ୍କୁ ସେ ଅନୁରୋଧ କରିଛନ୍ତି। ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଦଳାଚକଟା ପରେ ଅମୃତ ସ୍ନାନକୁ ବନ୍ଦ କରାଯାଇଥିଲା। ପରିସ୍ଥିତି ସୁଧୁରିବା ପରେ ବିଭିନ୍ନ ଆଖଡ଼ାର ସାଧୁ ସନ୍ଥମାନେ ଅମୃତ ସ୍ନାନ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login