ନୂଆଦିଲ୍ଲୀ : କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଫ୍ୟାନ୍ସ ମାନଙ୍କ ପାଇଁ ଖୁସି ଆଣିଲେ ଧୋନିବେ । ଖେଳିବେ ଆଇପିଏଲ ୨୦୨୪ । ଆହୁରି ଅନେକ ଦିନ ବାକି ଅଛି ଆଇପିଏଲ ୨୦୨୪କୁ । ହେଲେ ଏବେଠୁ ଆରମ୍ଭ ହେଲାଣି ଖେଳାଳିଙ୍କ ରିଲିଜ ପ୍ରକ୍ରିୟା । ଏହା ସହ ଡିସେମ୍ବର ମାସରେ ବି ଖେଳାଳିଙ୍କ ରିଲିଜ ପ୍ରକ୍ରିୟା ବି ଆରମ୍ଭ ହେବ । ଏହି ପ୍ରକ୍ରିୟାରେ ମହେନ୍ଦ୍ର ସିଂ ଧୋନୀ ବି ସାମିଲ ଅଛନ୍ତି । ୨୦୨୪ ଆଇପିଏଲ ପାଇଁ ଧୋନୀଙ୍କୁ ଚେନ୍ନାଇ ସୁପର କିଙ୍ଗ ରିଟେନ ରଖିଛି । ଫ୍ରାଞ୍ଚାଇଜ ସ୍ପଷ୍ଟ କରିଛି ଯେ, ୨୦୨୪ରେ ଧୋନୀ ଚେନ୍ନାଇ ପାଇଁ ଖେଳୁଥିବାର ନଜର ଆସିବେ ।
୨୦୨୦ ମସିହାରେ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ହେଲେ ସେବେଠାରୁ ସେ ଆଇପିଏଲ ଖେଳିବା ଜାରି ରଖିଛନ୍ତି । ଆଉ ପ୍ରତି ବର୍ଷ ଆଇପିଏଲରେ ତାଙ୍କ ଅବସରକୁ ନେଇ ଚର୍ଚ୍ଚା ହୋଇଥାଏ । କେବେ ଧୋନୀ ଆଇପିଏଲରୁ ଅବସର ନେବେ ତାକୁ ତର୍କ ବିତର୍କ ଆରମ୍ଭ ହୋଇଥାଏ । ହେଲେ ଏହି କଥା ଧୋନୀଙ୍କ ଛଡା ଆଉ କେହି ଜାଣି ନହାନ୍ତି । ଗତ ବର୍ଷ ଆଇପିଏଲ ପ୍ରଥମ ମ୍ୟାଚରେ ତାଙ୍କୁ ଯେତେବେଳେ ପଚରା ଯାଇଥିଲା ଯେ ଏହା ତାଙ୍କ ଶେଷ ଆଇପିଏଲ କି ସେ ହସିକି କହିଥିଲେ ଜମାରୁ ବି ନୁହେଁ । ତେବେ ମାହି ଫ୍ୟାନ୍ସ ମାନଙ୍କ ପାଇଁ ଏହା ଖୁସି ଖବର ନିଶ୍ଚୟ ।
୨୦୨୪ ଆଇପିଏଲ ବି ଖେଳିବେ ମାହି

Facebook
Twitter
LinkedIn
Facebook
Twitter
LinkedIn
Recent News
ଆଉ ନିର୍ବାଚନ ଲଢିବିନି , ଏଥର ଯୁବପିଢୀଙ୍କୁ ସୁଯୋଗ ଦେବି : ଜୁଏଲ
ଭୁବନେଶ୍ୱର : ଆଉ ନିର୍ବାଚନ ଲଢିବିନି କହିଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲଙ୍କ ବୟାନ । ଗତ ନିର୍ବାଚନ...
୨୨ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି : ଛତିଶଗଡରେ ଆତ୍ମସମର୍ପଣ କଲେ ୨୨ ମାଓବାଦୀ । ବସ୍ତର ଆଇଜି ଓ ନାରଣପୁର ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ । ଆତ୍ମସମର୍ପଣ ମାଓବାଦୀଙ୍କ ମଧ୍ୟରେ...
ଡେଲାଙ୍ଗରେ ବାର୍ଡ ଫ୍ଲୁ ସ୍ପଷ୍ଟ
ପିପିଲି : ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ । H5N1 ନମୁନା ପରୀକ୍ଷାରୁ ଆସିଲା ପଜିଟିଭ ରିପୋର୍ଟ । ଆଭିଏନ ଇନ ଫ୍ଲୁଏନଞ୍ଜା ଭାଇରସ ପିଜିଟିଭ...
ଆଜିଠୁ ରାଜ୍ୟରେ ଗଡିଲା ଘରୋଇ ବସ
ଭୁବନେଶ୍ୱର : ୪ ଦିନ ପରେ ଗଡ଼ିଲା ବସ୍ । ଆଜିଠୁ ରାଜ୍ୟରେ ଗଡ଼ିଲା ଘରୋଇ ବସ୍ । ବସ ଚଲାଚଳ ନେଇ ଗତକାଲି ଘରୋଇ ବସ୍...