ଉତ୍ତରକାଶୀ : ଘଟଣାସ୍ଥଳରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ସୁଡଙ୍ଗ ଭିତରକୁ ଗଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଆଉ କିଛି ସମୟର ଅପେକ୍ଷା ଆସିବ ଭଲ ଖବର । ସୁଡଙ୍ଗ ଭିତରକୁ ଯାଇଛି ଆମ୍ବୁଲାନ୍ସ । ଉଦ୍ଧାରକାରୀ ଟିମ ମଧ୍ୟ ଭିତରକୁ ଯାଇଛନ୍ତି । ଉଦ୍ଧାର ପରେ ଶ୍ରମିକଙ୍କୁ ହସ୍ପିଟାଲକୁ ନିଆଯିବ । ସୁଡଙ୍ଗ ଭିତରେ ଫସିଛନ୍ତି ୪୧ ଶ୍ରମିକ । ସେମାନଙ୍କ ଭିତରେ ଓଡିଶାର ୫ ଜଣ ଶ୍ରମିକ ବି ରହିଛନ୍ତି । ସେପଟେ ଉଦ୍ଧାର ପ୍ରକ୍ରିୟାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଟ୍ୱିଟ୍ କରି ସେ ଲେଖିଛନ୍ତି, ବାବା ବୌଖ ନାଗ ଜୀଙ୍କ ଆଶୀର୍ବାଦ, କୋଟି କୋଟି ଦେଶବାସୀଙ୍କ ପ୍ରାର୍ଥନା ଏବଂ ଉଦ୍ଧାରକାରୀ ଦଳର ଅକ୍ଳାନ୍ତ ପରିଶ୍ରମ ଯୋଗୁ ଶ୍ରମିକଙ୍କୁ ବାହାର କରିବା ପାଇଁ ଟନେଲରେ ପାଇପ୍ ଖଂଜିବା କାମ ଶେଷ ହୋଇଛି । ତେଣୁ ଶୀଘ୍ର ସମସ୍ତ ଶ୍ରମିକଙ୍କୁ ବାହାର ଅଣାଯିବ ବୋଲି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ ଉଦ୍ଧାରକାରୀ ଦଳ ଶ୍ରମିକଙ୍କ ପାଖାପାଖି ପହଂଚିବା ଖବର ଆସିବା ପରେ ଟନେଲ ବାହାର ଅଂଚଳ ଅଧିକ ଚଳଚଂଚଳ ହୋଇଛି । ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଡାକ୍ତରୀ ଟିମ୍ ସଜାଗ ରହିଛନ୍ତି । ଟନେଲ ବାହାରେ ପୁଣି ଥରେ ପହଂଚିଛି ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଗୁଡ଼ିକୁ ଟନେଲ ଭିତରକୁ ନିଆଯାଇଛି । ଏନଡିଆରଏଫ, ଏସଡିଆରଏଫ ଓ ସେନା ଯବାନ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଥିବା ବେଳେ ସମସ୍ତେ ସଜାଗ ରହିଛନ୍ତି । ପରିବାର ଲୋକ ମଧ୍ୟ ଶ୍ରମିକଙ୍କ ଅପେକ୍ଷାରେ ବାହାରେ ଜଗିଛନ୍ତି ।
ସୁଡଙ୍ଗରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







