ନୂଆଦିଲ୍ଲୀ : ୟେମେନର ରାଜଧାନୀ ଉପରେ ଇସ୍ରାଏଲର ଆକ୍ରମଣ । ମଧ୍ୟପ୍ରାଚ୍ୟରେ ଉତ୍ତେଜନା ନିରନ୍ତର ବୃଦ୍ଧି ପାଉଛି । ଏବେ ଇସ୍ରାଏଲୀ ସେନା ୟେମେନର ରାଜଧାନୀ ସାନାର ଅନେକ ସ୍ଥାନରେ ବିମାନ ଆକ୍ରମଣ କରିଛି । ହୁଥି ବିଦ୍ରୋହୀମାନେ ଇସ୍ରାଏଲ ଆଡ଼କୁ ମିଶାଇଲ୍ ମାଡ଼ କରିବା ପାଇଁ ଦାୟୀ ହେବାର କିଛି ଦିନ ପରେ ଏହି ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଏକ ପାୱାର ପ୍ଲାଣ୍ଟ ଏବଂ ଏକ ପେଟ୍ରୋଲ ଷ୍ଟେସନକୁ ଟାର୍ଗେଟ କରାଯାଇଥିବା ଜଣାପଡ଼ିଛି । ଏକ ରିପୋର୍ଟ ଅନୁଯାୟୀ, ରାଜଧାନୀର ଅନେକ ସ୍ଥାନରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା, ଯେଉଁଥିରେ ରାଷ୍ଟ୍ରପତି ଭବନ ଏବଂ ଏକ ବନ୍ଦ ସାମରିକ ଏକାଡେମୀ ମଧ୍ୟଭାଗ ସାମିଲ୍ । ସାନାର ଏକ କେନ୍ଦ୍ରୀୟ ଏବଂ ଘନ ଜନବସତି ଅଞ୍ଚଳ ସାବିଏନ୍ ସ୍କୋୟାର ପାଖରେ ପ୍ରବଳ ବିସ୍ଫୋରଣ ଏବଂ ଧୂଆଁ ଉଠୁଥିବା ପ୍ରତ୍ୟକ୍ଷଦର୍ଶୀମାନେ ଦେଖିଥିଲେ । ରବିବାର ଆକ୍ରମଣରେ ମୃତାହତଙ୍କ କୌଣସି ସରକାରୀ ରିପୋର୍ଟ ଆସିନାହିଁ । ଉଭୟ ପକ୍ଷ ଏପର୍ୟ୍ୟନ୍ତ କ୍ଷୟକ୍ଷତିର ପରିମାଣ କିମ୍ବା ଅପରେସନରେ ଜଡିତ କୌଣସି ସମ୍ଭାବ୍ୟ ସାମରିକ ଉଦ୍ଦେଶ୍ୟ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରିନାହାଁନ୍ତି ।
ୟେମେନର ରାଜଧାନୀ ଉପରେ ଇସ୍ରାଏଲର ଆକ୍ରମଣ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...