ନୂଆଦିଲ୍ଲୀ : ପୁଣି ବାଦଲଫଟା ବର୍ଷାରେ ବେହାଲ ହିମାଚଳ ପ୍ରଦେଶ । ଆଜି ସକାଳୁ ମଣ୍ଡିରେ ବର୍ଷା ଲାଗିରହିଛି । ଫଳରେ ହଠାତ ବନ୍ୟା ଯୋଗୁଁ ପୋଲ ଭାସିଯାଇଛି । ଭୂସ୍ଖଳନ ଯୋଗୁ ମାଟିରେ ୫୦ ଗାଡ଼ି ଦବିଯାଇଛି । ଉଦ୍ଧାର କାର୍ୟ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ରେସକ୍ୟୁ ଟିମ୍ । ଫ୍ଲାସ ଫ୍ଲଡ ପାଇଁ ୯ ଜିଲ୍ଲାକୁ ୨୪ ଘଣ୍ଟା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ମଣ୍ଡି, ଚମ୍ବା, କୁଲୁ, କାଙ୍ଗଡା, ବିଳାସପୁର, ହମିରପୁର, ସୋଲନ, ସିମଲା ଏବଂ ସିରମୋରକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୩ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି । ଆଜିବି ସିମଲା ସମେତ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
Views: 23