ମୁମ୍ବାଇ: ମହାରାଷ୍ଟ୍ରରେ କିଏ ହେବେ ମୁଖ୍ୟମନ୍ତ୍ରୀ ବୋଲି କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଏବେ ଶିବସେନା କହିଛି ଯେ ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ନାହିଁ।ଶିବସେନାର ବରିଷ୍ଠ ନେତା ସଞ୍ଜୟ ସରସତ୍ ଏକ ଗଣମାଧ୍ୟମ ସଂସ୍ଥାକୁ ସୂଚନା ଦେଇ କହିଛନ୍ତି, ‘‘ନଭେମ୍ବର ୨୦ରେ ଏକନାଥ ସିନ୍ଦେଙ୍କ ନାମରେ ବିଧାନସଭା ନିର୍ବାଚନ ଲଢ଼େଇ ହୋଇଛି। ସେ ମୁଖ୍ୟମନ୍ତ୍ରୀ ପଦକୁ ଫେରିବାର ଯୋଗ୍ୟ। ସେ କେବେ ବି ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ନାହିଁ।’’ସେ ଆହୁରି ମଧ୍ୟ କହିଛନ୍ତି, “ଯଦି ବିଜେପି ଆମର ଦାବି ପୂରଣ କରେ (ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ), ଲୋକଙ୍କ ପାଖକୁ ଏକ ଭଲ ବାର୍ତ୍ତା ଯିବ। ସିନ୍ଦେ ମୁଖ୍ୟମନ୍ତ୍ରୀ ହେଲେ ଭବିଷ୍ୟତ ନିର୍ବାଚନ ଆମ ପାଇଁ ଲାଭଦାୟକ ହେବ।” ମହାରାଷ୍ଟ୍ରରେ ପରବର୍ତ୍ତୀ ସରକାର ଗଠନର ରୂପରେଖ ନେଇ ମହାୟୁତିରେ ଏବେ ମନ୍ଥନ ଜାରି ରହିଛି।
Views: 35