ଭଦ୍ରକ : ଯାତ୍ରାରେ ପ୍ରଭୁ ଜଗନ୍ନାଥଙ୍କୁ ନେଇ ଅପମାନ ବୋଧକ ଶବ୍ଦ । ଏହାକୁ ନେଇ ଦର୍ଶକ ବନ୍ଦ କରିଦେଲେ ଯାତ୍ରା । ଭଦ୍ରକ ଜିଲ୍ଲା ଅନ୍ନପାଳ ଠାରେ ଯାତ୍ରା ପାର୍ଟି “ସ୍ୱର୍ଣ୍ଣ ମହଲ “ର ନାଟକ “ସ୍ୱାମୀ ପାଇଁ ପଛେ ନର୍କକୁ ଯିବି” ଚାଲୁଥିବା ବେଳେ ସଂଳାପରେ ପ୍ରଭୁ ଜଗନ୍ନାଥଙ୍କୁ ଅପମାନ ବୋଧକ ଶବ୍ଦ ଥିବା ଅଭିଯୋଗ କରିଥିଲେ ଦର୍ଶକ । ଏହାପରେ ଦର୍ଶକ ଉତ୍ତେଜିତ ହୋଇ ଚେୟାର ଫୋପାଡ଼ି ବନ୍ଦ କରିଦେଇଥିଲେ ଯାତ୍ରା । କିଛି ସମୟ ଏହିଭଳି ଚାଲିବା ପରେ, ଯାତ୍ରା କଳାକାର ଏବଂ ଅନୁଷ୍ଠାନର କାର୍ୟ୍ୟକର୍ତ୍ତା ଲୋକଙ୍କୁ ବୁଝାସୁଝା କରି ସିନ୍ ରୁ କିଛି ଅଂଶ କାଟି ପୁଣି ଯାତ୍ରା ପରିବେଷଣ କରାଯାଇଥିଲା। ଯାତ୍ରାରେ ଅଶ୍ଳୀଳତା ପରେ ଏବେ ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କୁ ଅପମାନିତ କରି ନାଟକ ହେବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଅଭିଯୋଗ ଆସିଛି । ସେପଟେ ଯାତ୍ରା ସ୍ୱର୍ଣ୍ଣ ମହଲର ମୁଖ୍ୟ ନାୟକ କହିଛନ୍ତି ଯେ, କାହାର ଭାବାବେଗ କିମ୍ବା ଧର୍ମକୁ ଆକ୍ଷେପ କରିବା ନାଟକର ଲକ୍ଷ୍ୟ ନୁହେଁ । ସଚେତନ କରିବା ଲକ୍ଷ୍ୟ ନେଇ ଏହି ନାଟକ ପରିବେଷଣ କରାଯାଇଥିଲା ଲୋକମାନେ ଶେଷ ପର୍ୟ୍ୟନ୍ତ ଏହି ନାଟକ କୁ ଦେଖିଥିଲେ ବୋଲି ସେ କହିଛନ୍ତି ।
ପୁଣି ଯାତ୍ରାରେ ଜଗାକୁ ଅପମାନ, ତାତିଲେ ଦର୍ଶକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











