The Ultimate Managed Hosting Platform
ADVERTISEMENT

ସଂଖ୍ୟାଲଘୁ ସେଲରୁ ମୁନ୍ନା ଖାନଙ୍କ ଇସ୍ତଫା ଚର୍ଚ୍ଚା

Facebook
Twitter
LinkedIn

ଭୁବନେଶ୍ୱର : ବିଜେଡି ସଂଖ୍ୟାଲଘୁ ସେଲରୁ ମୁନ୍ନା ଖାନଙ୍କ ଇସ୍ତଫା ଚର୍ଚ୍ଚା । ସଂଖ୍ୟାଲଘୁ ସେଲର ସାଉଥ ଜୋନ ସଂଯୋଜକ ପଦରୁ ଇସ୍ତଫା ନେଇ ଚର୍ଚ୍ଚା । ଗତ ୫ ତାରିଖରେ ଗଠନ ହୋଇଥିଲା ବିଜେଡର ସଂଖ୍ୟାଲଘୁ ସେଲ । ଦିଲ୍ଲୀପ ତୀର୍କିଙ୍କୁ ସଂଖ୍ୟାଲଘୁ ସେଲର ଆବାହକ ଦାୟିତ୍ୱ ଦିଆଯାଇଛି । ଗତ କିଛି ଦିନ ତଳେ ବିଜେଡି ନିଜର ସଂଖ୍ୟାଲଘୁ ସମ୍ପ୍ରଦାୟ ସେଲ୍ ଗଠନ କରିଥିଲା,ଯେଉଁଥିରେ ସ୍ଥାନ ପାଇଥିଲେ ସାଂସଦ ମୁନ୍ନା ଖାଁ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟ ସେଲ୍ ସାଉଥ୍ ଜୋନର କୋ-ଅର୍ଡିନେଟର୍ ଭାବେ ଦାୟିତ୍ୱ ଦେଇଥିଲେ । ହେଲେ ଏବେ କିନ୍ତୁ ସେ ଏହି ପଦରୁ ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି । ନବୀନ ନିବାସରେ ପହଞ୍ଚି ମୁନ୍ନା ଖାଁ ଏହି ପଦରୁ ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଓ୍ୱାକଫ୍ ବିଲକୁ ନେଇ ଚର୍ଚ୍ଚାକୁ ଆସିଥିଲେ ବିଜେଡି ସାଂସଦ ମୁନ୍ନା ଖାଁ । ଦଳର କିଛି ସାଂସଦ ଏହି ବିଲକୁ ସମର୍ଥନ କରିଥିବା ବେଳେ, ଏହି ବିଲକୁ ଖୋଲା ବିରୋଧ କରିଥିଲେ ମୁନ୍ନା ଖାଁ । ଏମିତି କି, ଏହି ପ୍ରସଙ୍ଗକୁ ନେଇ ବିଜେଡି ଭିତରେ ମଧ୍ୟ ଫାଟ ଦେଖିବାକୁ ମିଳିଥିଲା । ହେଲେ ଏବେ ପୁଣିଥରେ ସଙ୍ଗଠନରେ ଦାୟିତ୍ୱକୁ ନେଇ ପୁଣି ବିଜେଡିରେ ଦେଖିବାକୁ ମିଳିଛି ଅସନ୍ତୋଷ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login