ପାରଳାଖେମୁଣ୍ଡି : ପୁଅ ଝିଅଙ୍କୁ ବିଷ ପିଆଇ ନିଜେ ପିଇଥିବା ବାପାର ବି ଚାଲିଗଲା ଜୀବନ । ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଗତକାଲି ପୁଅ ଝିଅଙ୍କ ମୃତ୍ୟୁ ପରେ ଆଜି ବାପାର ମୃତ୍ୟୁ ହୋଇଛି । ପାରଳାସାହି ଅଞ୍ଚଳରେ ଅଭାବନୀୟ ଘଟଣା । ବାପା ବିଷ ପିଆଇ ନିଜେ ପିଇଥିଲା । ଓଡ଼ିଆପାରଳା ସାହିର ବାସିନ୍ଦା ଶୁଭାଶିଷ ପାଣିଗ୍ରାହୀ (୪୦) ଆଜି ମଧ୍ୟାହ୍ନରେ ପୁଅ ବିଜୟାନନ୍ଦ (୮) ଓ ଝିଅ ପ୍ରିୟଦର୍ଶିନୀ (୧୨)ଙ୍କୁ ମୃଦୁପାନୀୟରେ ବିଷ ମିଶାଇ ପିଇବାକୁ ଦେଇ ନିଜେ ମଧ୍ୟ ପିଇ ଦେଇଥିଲେ। ସଂପର୍କୀୟମାନେ ସମସ୍ତଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଗତ ମାର୍ଚ୍ଚ ୨୧ ତାରିଖରେ ଶୁଭାଶିଷଙ୍କ ପତ୍ନୀ ଶ୍ବେତମଞ୍ଜରୀ ପାଣିଗ୍ରାହୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ପାରିବାରିକ କଳହ ସାଙ୍ଗକୁ ସମ୍ପତ୍ତି ବିବାଦ ପାଇଁ ଶୁଭାଶିଷ ମାନସିକ ଚାପରେ ରହିଆସୁଥିଲେ। ପତ୍ନୀଙ୍କ ମୃତ୍ୟୁ ପରେ ଆହୁରି ଭାଙ୍ଗି ପଡ଼ିଥିଲେ। ମାନସିକ ଭାରସାମ୍ୟ ହରାଇ ସେ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।
ବିଷ ପିଇଥିବା ବାପାର ବି ଚାଲିଗଲା ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











