ସମ୍ବଲପୁର : ରେଢାଖୋଲ ଅଞ୍ଚଳରେ ହାତୀ ଆତଙ୍କ । ଅଞ୍ଚଳବାସୀ ଭୟଭୀତ । ରାତି ନ ହେଉଣୁ ତାଟି ପକାଇ ଦେଉଛନ୍ତି ଲୋକେ । ହାତୀବାରି , ଯୁଯୁମରା ଅଞ୍ଚଳର ଲୋକେ ଏତେ ଭୟଭୀତ ଯେ ତାର ସୀମା ନାହିଁ । ଭୟ ଏଥିପାଇଁ ବଢୁଛି ଯେ ହାତୀ ପଲରେ ଥିବା ଦନ୍ତା ମଣିଷ ଦେଖିଲେ ଗୋଡେଇ ଗୋଡେଇ ମାରୁଛି । ଯାହାକୁ ନେଇ ଭୟଭୀତ ଅବସ୍ଥାରେ ରହୁଛନ୍ତି , ରେଢାଖୋଲ, ହାତୀବାରି, ଯୁଯୁମରା ଅଞ୍ଚଳବାସୀ । ଗତକାଲି ଏଠାରେ ହାତୀ ଜଣେ ଚାଷୀଙ୍କୁ ଗଛ ଉପରୁ ଭିଡି ଆଣି ମାରିଥିବା ଅଭିଯୋଗ ହୋଇଥିଲା । କାରଣ ସନ୍ଧ୍ୟା ହେଲେ ଗାଁ ମୁହାଁ ହେଉଛନ୍ତି ହାତି ପଲ । ଯାହା ଫଳରେ ଗଛ ଉପରେ ରହି ପାଚିଲା ଧାନ ଜଗୁଛନ୍ତି ଚାଷୀ । ଏ ନେଇ ବନ୍ୟପ୍ରାଣୀ ବିଭାଗ ହାତୀ ଘଉଡାଇବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।
Views: 30