ପୁରୀ : ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ ପରେ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା । ପ୍ରାୟ ୮୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇ ସାରିଲାଣି । ଗୁଣ୍ଡିଚାର ଯଥେଷ୍ଟ ପୂର୍ବରୁ ଅବଶିଷ୍ଟ ୨୦ ପ୍ରତିଶତ ସରିବ । ସବୁ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟରେ କାର୍ଯ୍ୟ ଚାଲିଛି । ମହାପ୍ରଭୁ ନିଜେ ସବୁ କିଛି କରାନ୍ତି , ସବୁ କିଛି ସୁରୁଖୁରୁରେ ହେବ । ୩ ଶହ ଡାକ୍ତର ଚିକିତ୍ସା ସେବା ବୁଝିବେ କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ୧୫ଟି ଆଇସିୟୁ ବେଡର ବ୍ୟବସ୍ଥା ମଧ୍ୟ କରାଯାଇଛି । କୋଭିଡ ପାଇଁ କେହି ବ୍ୟସ୍ତ ହେବାର କାରଣ ନାହିଁ ।
ଭକ୍ତଙ୍କ ପାଈଁ ବସଷ୍ଟାଣ୍ଡରୁ ବଡଦାଣ୍ଡ ପର୍ୟ୍ୟନ୍ତ ହେବ ମାଗଣା ଅଟୋସେବା । ପୁରୀକୁ ୨୫୦ ଟି ବସ ଚଳାଚଳ ପାଈଁ ସ୍ୱତନ୍ତ୍ର ପରମିଟ ଦିଆଯିବ ସହ ରେଟ ଚାର୍ଟ ଲଗାଯିବ । ରଥଯାତ୍ରା ପ୍ରସ୍ତୁତି ବୈଠକରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ସୂଚନା । ରଥଯାତ୍ରାପାଈଁ ଚଳିତ ବର୍ଷ ଏଆଇର ବ୍ୟବହାର କରାଯିବ । ଅପରାଧ ଓ ଭିଡ଼ ନିୟନ୍ତ୍ରଣ ପାଈଁ ସିସିଟିଭି ଓ ଇଣ୍ଟି ଗ୍ରେଟେଡ଼ କଣ୍ଟ୍ରୋଲ ରୁମର ସହାୟତା ନିଆଯିବ । ରଥଯାତ୍ରା ପ୍ରସ୍ତୁତି ବୈଠକରେ ସୂଚନା ଦେଲେ ପୁରୀ ଏସପି ବିନୀତ ଅଗ୍ରୱାଲ ।
ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ; ୮୦ ପ୍ରତିଶତ କାର୍ଯ୍ୟ ଶେଷ ,ଭକ୍ତଙ୍କ ପାଈଁ ବସଷ୍ଟାଣ୍ଡରୁ ବଡଦାଣ୍ଡ ପର୍ଯ୍ୟନ୍ତ ହେବ ମାଗଣା ଅଟୋସେବା : ପୃଥ୍ୱୀରାଜ ହରିଚନ୍ଦନ

Facebook
Twitter
LinkedIn
Facebook
Twitter
LinkedIn
Related Posts
Recent News
ପାରା ପାଇଁ ମରଣାନ୍ତକ ଆକ୍ରମଣ
ପୁରୀ : ପାରା ପାଇଁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ବାଲିସାହି ସ୍ଥିତ ବାପୁଜୀ କ୍ଲବ ନିକଟରେ ଅଭାବନୀୟ ଘଟଣା । ପୋଷା ପାରାକୁ ତାଙ୍କ ପଡୋଶୀ...
ଗଛରେ ପିଟି ହେଲା କାର , ବ୍ୟାଙ୍କ ମ୍ୟାନେଜରଙ୍କ ଚାଲିଗଲା ଜୀବନ
ବଲାଙ୍ଗୀର : ବଲାଙ୍ଗୀରଜିଲ୍ଲା ବନ୍ଧପଡ଼ା ରାସ୍ତାରେ ଚଳନ୍ତା କାର୍କୁ ଧକ୍କା ଦେଳା ଦ୍ରୁତଗାମୀ ଟ୍ରକ୍। କାର ଦୁର୍ଘଟଣାରେ ବ୍ୟାଟଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ଟ୍ରକ୍ ଦୁର୍ଘଟଣାର ସାମ୍ନା...
ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !
ନୂଆଦିଲ୍ଲୀ : ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା...
ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ; ୪ ମୃତ
ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଓ ଭୂସ୍ଖଳନର ତାଣ୍ଡବ । ବାଦଲଫଟା ବର୍ଷାରେ ଭାସିଗଲା ଉତ୍ତରକାଶୀର ଧରାଲି ଗାଁ । କ୍ଷୀର ଗଙ୍ଗା ନଦୀର ଉପର...