ନୂଆଦିଲ୍ଲୀ : ମେସିଙ୍କ କାର୍ଯ୍ୟକ୍ରମ ବିଭ୍ରାଟ । ବେଙ୍ଗଲ କ୍ରୀଡାମନ୍ତ୍ରୀଙ୍କ ଇସ୍ତଫା । ଇସ୍ତଫା ଦେଲେ ବେଙ୍ଗଲ କ୍ରୀଡାମନ୍ତ୍ରୀ ଅରୁପ ବିଶ୍ୱାସ । ବେଙ୍ଗଲ ପୋଲିସ ମହାନିଦେ୍ର୍ଦଶକଙ୍କୁ ସୋ କଜ । ଲୋକପ୍ରିୟ ପୁଟବଲ ଖେଳାଳି ଲିଓନେଲ ମେସିଙ୍କ କାର୍ୟ୍ୟକ୍ରମରେ ହୋଇଥିବା ବିଭ୍ରାଟ ନେଇ ଖେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିଜର ଇସ୍ତଫାପତ୍ର ଦେଇଛନ୍ତି । ଟିଏମସିର ପ୍ରବକ୍ତା କୃ ଣାଲ ଘୋଷ ମନ୍ତ୍ରୀଙ୍କ ଇସ୍ତଫାପତ୍ରକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଇସ୍ତଫା ପତ୍ରରେ ଖେଳମନ୍ତ୍ରୀ ଲେଖିଛନ୍ତି, ଏହି ଘଟଣାରେ ନିଷ୍ପେକ୍ଷ ଏବଂ ସ୍ବତନ୍ତ୍ର ଯାଞ୍ଚ କରିବା ପାଇଁ ନିଜ ପଦ ଛାଡୁଛି । ମେସିଙ୍କ ଇଭେଣ୍ଟ ସମୟରେ ଗଣ୍ଡଗୋଳ ଏବଂ ଭଙ୍ଗାରୁଜା ମାମଲାରେ ପଶ୍ଚିମବଙ୍ଗ ସରକାର ଡିଜିପ ରାଜୀବ କୁମାର, ବିଧାନଗର ସିପି ମୁକେଶ କୁମାର ଏବଂ ଖେଳ ବିଭାଗର ପ୍ରମୁଖ ସଚିବ ରାଜେଶ କୁମାର ସିହ୍ନାଙକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ଏମାନେ ଇଭେଣ୍ଟ ଦିନ ନିଜ ଦାୟିତ୍ବ ଏବଂ କର୍ତ୍ତବ୍ୟରେ ଅବହେଳା ଯୋଗୁଁ କାର୍ୟ୍ୟାନୁଷ୍ଠାନ ନିଆଯାଇଛି ।
ମେସି ବିଭ୍ରାଟ ; ବେଙ୍ଗଲ କ୍ରୀଡାମନ୍ତ୍ରୀଙ୍କ ଇସ୍ତଫା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











