ମୁମ୍ବାଇ : ମୁମ୍ବାଇ ଏୟାରପୋର୍ଟରେ ପୁଳା ପୁଳା ସାପ । ବ୍ୟାଗ ଭିତରୁ ବାହାରିଲା ୪୭ ବିରଳ ସାପ । ବିଷାକ୍ତ ସାପକୁ ଦେଖି ଯାତ୍ରୀ ଭୟଭୀତ ହୋଇଯାଇଛନ୍ତି । ବିଦେଶକୁ ସାପ ଚାଲାଣ କରୁଥିବା ବ୍ୟକ୍ତଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ସରିସୃପ ଚାଲଣ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ବ୍ୟକ୍ତି ଜଣକ ଥାଇଲାଣ୍ଡରୁ ଉଡ଼ାଣ ଭରିଥିଲେ । ସେଠାରୁ ୪୮ ପ୍ରଜାତିର ସାପ ଏବଂ କଇଁଛ ଚାଲାଣ ଅଭିଯୋଗରେ ଗିରଫ କରିଛି କଷ୍ଟମ ବିଭାଗ । ତେବେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ, ଜବତ ହୋଇଥିବା ସାପ ଓ କଇଁଚ୍ଛକୁ ଥାଇଲାଣ୍ଡକୁ ଫେରାଯିବ । ସୁରକ୍ଷା ଏଜେନ୍ସୀ ଯାତ୍ରୀଙ୍କ ବିପକ୍ଷରେ ସମ୍ବନ୍ଧୀୟ ଧାରାରେ ମାମଲା ରୁଜୁ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
Views: 33