ଅନୁଗୁଳ : ମାକୁ ପିଟିପିଟି ମାରିଦେଲା ପୁଅ । ଜରପଡା ଥାନା ପରାଗାଁରେ ହତ୍ୟାକାଣ୍ଡ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ , ଅଭିଯୁକ୍ତ ପୁଅ ଅଟକ । ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ମାଆ ଓ ସାନ ପୁଅ ରଥି ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସାନ ପୁଅ ଏକ ବାଡ଼ିରେ ମାକୁ ପିଟି ଥିଲା । ପୁଅର ମାଡ଼ରେ ମାର ମୁଣ୍ଡ ଫାଟି ଯିବା ସହିତ ବେହୋସ ହୋଇ ପଡି ଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।
Views: 28