The Ultimate Managed Hosting Platform
ADVERTISEMENT

ସାମ୍ବାଦିକଙ୍କୁ ମାଡ ; ୨ ଗିରଫ

Facebook
Twitter
LinkedIn

ବଲାଙ୍ଗିର : ହାତ ଗୋଡ ବାନ୍ଧି ସାମ୍ବାଦିକଙ୍କୁ ମାଡ ଘଟଣାରେ ୨ ଗିରଫ । ଭୋର ସମୟରେ ୨ ଜଣଙ୍କୁ ଗିରଫ କଲା ବଲାଙ୍ଗିର ପୋଲିସ । ଆକ୍ରମଣକାରୀ ଅବିନାଶ ଦଳାଇ ଓ ଆଦିତ୍ୟ ଜେନା ଗିରଫ । ମାଷ୍ଟରମାଇଣ୍ଡ ଠିକାଦାର ଗଜେନ୍ଦ୍ର ଦଳାଇ ଏବେବି ଫେରାର । ଗିରଫ ୩ ସାବାଳକ ଅଭିଯୁକ୍ତ ହେଲେ ଅବିନାଶ ଦଳେଇ, ଆଦିତ୍ୟ ଜେନା ଓ ଗୁମର ନାୟକ। ଅଭିଯୋଗ ଅନୁସାରେ, କୁଲ୍ଥିପାଲି ଗାଁରେ ଦଶ ଲକ୍ଷ ଟଙ୍କାର ଏକ ଗାର୍ଡୱାଲ୍ କାମ ଚାଲିଥିଲା। ଯାହାର କୌଣସି ସୂଚନା ଫଳକ ନା ଥିବା ବେଳେ ଏଥିରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ଆସିଥିଲା। ଏହାର ଖବର ସଂଗ୍ରହ କରିବାକୁ ସାମ୍ବାଦିକ ବିଜୟ କୁମାର ପ୍ରଧାନ ସେହି ଗାଁକୁ ଯାଇଥିଲେ। ତେବେ ସେଠାରେ ସେ ଭିଡ଼ିଓ ଉତ୍ତୋଳନ କରୁଥିବା ସମୟରେ କିଛି ଗୁଣ୍ଡା ଆସି ତାଙ୍କୁ ହଠାତ୍ ମାଡ଼ ମାରିବା ଆରମ୍ଭ କରିଥିଲେ। ତାଙ୍କର ହାତଗୋଡ଼ ବାନ୍ଧି ଦେଇ ଗାଁ ମଝିରେ ବୁଲାଇବା ସହ ଗାଁ ଦାଣ୍ଡରେ ତାଙ୍କୁ ବାନ୍ଧି ରଖିଥିଲେ। ଏବଂ ଲାତ ବିଧା ଚପଲରେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଦୁଇ ଘଣ୍ଟାର ନିର୍ୟାତନା ପରେ ତାଙ୍କୁ ଏକ ମନ୍ଦିରକୁ ନେଇ ଏହି ଘଟଣା କିମ୍ବା କାମର କୌଣସି ସମ୍ବାଦ ପରିବେଷଣ ନ କରିବାକୁ ଶପଥ କରାଇଥିଲେ। ସେହିପରି ସାମ୍ବାଦିକଙ୍କ କ୍ୟାମେରା ଓ ଦୁଇଟି ମୋବାଇଲ ଭାଙ୍ଗି ଦେଇ ନଷ୍ଟ କରିବା ସହ ତାଙ୍କ ଟଙ୍କା ପଇସା ମଧ୍ୟ ଲୁଟି ନେଇଥିଲେ ବୋଲି ସଂପୃକ୍ତ ସାମ୍ବାଦିକ ବିଜୟ କୁମାର ପ୍ରଧାନ ପୁଇଁତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login