କୋରାପୁଟ : ମହୁମାଛି ଆକ୍ରମଣରେ ଅଟୋ ଚାଳକଙ୍କ ମୃତ୍ୟୁ। ମୃତ ଅଟୋ ଚାଳକ ହେଉଛନ୍ତି କୋରାପୁଟ ହାଉସିଂ ବୋର୍ଡ ଅଞ୍ଚଳର ରବି ନାରାୟଣ ଚେଟି। କୋରାପୁଟ ଆଇଜିଙ୍କ ବାସଭବନ ଦେଇ ରବି ନାରାୟଣ ଚେଟି ନିଜ ଅଟୋ ଧରି ଯାଉଥିଲେ। ଠିକ୍ ସେଇ ସମୟରେ ସେଇ ନିକଟରେ ଥିବା ମହୁମାଛି ଫେଣାରେ ଥିବା ମହୁମାଛି ଅଟୋ ଚାଳକଙ୍କୁ ଆକ୍ରମଣ କରିଥିଲେ। ମହୁମାଛିଙ୍କ ଆକ୍ରମଣ ପରେ ଘଟଣା ସ୍ଥଳରେ ଅଟୋ ଚାଳକଙ୍କ ଅବସ୍ଥା ଗୁରୁତର ହୋଇଥିଲା। ସ୍ଥାନୀୟ ଲୋକ ଅଟୋ ଚାଳକଙ୍କୁ ନେଇ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜକୁ ଯାଉଥିବା ବେଳେ ବାଟରେ ଅଟୋ ଚାଳକ ରବିଙ୍କ ମୃତ୍ୟୁ ହୋଇଥିଲା।
Views: 26