ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନରେ ଆତଙ୍କ ସ୍ପଷ୍ଟି ହୋଇଛି। ଯୁଦ୍ଧ ଆଶଙ୍କାରେ ସବୁବେଳେ ବାଉଳି ହେଉଛି ପାକ । ପ୍ରତିଦିନ ଏହାର ନେତାମାନେ କିଛି ନା କିଛି ଦମ୍ଭ ଦେଖାଇବାରେ ଲାଗିଛନ୍ତି। ଭାରତ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ଅଭିଯୋଗ କରୁଥିବା ବେଳେ ପାକିସ୍ତାନ ଏହାକୁ ମିଛ ବୋଲି କହୁଛି। ହେଲେ ଏହାରି ମଧ୍ୟରେ ପାକିସ୍ତାନର ନେତାମାନେ ମାନୁଛନ୍ତି ଯେ ତାଙ୍କ ଦେଶରେ ଆତଙ୍କବାଦୀ ସଂଗଠନକୁ ସହଯୋଗ ରହିଛି। ଆତଙ୍କବାଦୀଙ୍କୁ ପାଳିବା କୌଣସି ଗୁପ୍ତ କଥା ନୁହେଁ, ପାକିସ୍ତାନରେ ଆତଙ୍କବାଦୀଙ୍କ ଇତିହାସ ବହୁ ପୁରୁଣା ବୋଲି ନେତା କହୁଛନ୍ତି। ପ୍ରଥମେ ତାଙ୍କ ପ୍ରତିରକ୍ଷା ମନ୍ତ୍ରୀ ଏବଂ ଏବେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ଆତଙ୍କବାଦର ଏକ ଆଶ୍ରୟସ୍ଥଳ। ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ନିଜେ ସ୍ୱୀକାର କରିଛନ୍ତି ଯେ ତାଙ୍କ ଦେଶର ଆତଙ୍କବାଦୀ ଗୋଷ୍ଠୀ ସହିତ ସମ୍ପର୍କ ରହିଛି। ସେ କହିଥିଲେ ଯେ ପାକିସ୍ତାନରେ ଆତଙ୍କବାଦୀଙ୍କ ଇତିହାସ ବହୁ ପୁରୁଣା। ଏହା କାହାଠାରୁ ଲୁଚି ନାହିଁ ଯେ ପାକିସ୍ତାନର ଆତଙ୍କବାଦୀଙ୍କ ସହ ସମ୍ପର୍କ ରହିଛି। ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ସମର୍ଥନ ଏବଂ ପାଣ୍ଠି ଯୋଗାଇବାରେ ପାକିସ୍ତାନର ସମ୍ପୃକ୍ତିକୁ ତାଙ୍କ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ସ୍ୱୀକାର କରିବା ପରେ ପୂର୍ବତନ ବୈଦେଶିକ ମନ୍ତ୍ରୀଙ୍କ ଏହି ସ୍ୱୀକାରୋକ୍ତି ଆସିଛି।
ପାକ ମାନିଲା ସତ : ଆତଙ୍କୀଙ୍କୁ ଦେଉଛି ସମର୍ଥନ , ପୂର୍ବତନ ମନ୍ତ୍ରୀ କହିଲେ ଆତଙ୍କବାଦୀଙ୍କୁ ପାଳିବା କୈାଣସି ଗୁପ୍ତ କଥା ନୁହେଁ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











