ପ୍ରୟାଗରାଜ : ମହାକୁମ୍ଭରେ ବୁଡ ପକାଇଲେ ଅମିତ ଶାହା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉତ୍ତର ପ୍ରଦେଶର ପ୍ରୟାଗରାଜରେ ପହଁଚି ମହାକୁମ୍ଭରେ ବୁଡ ପକାଇଛନ୍ତି । ସଙ୍ଗମ ଘାଟରେ ବୁଡ ପକାଇ ସାଧୁସନ୍ଥଙ୍କୁ, ଭେଟି ଆର୍ଶୀବାଦ ନେଇଛନ୍ତି । ପ୍ରୟାଗରାଜରେ ପହଁଚିବା ପରେ ଅମିତଶାହାଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ୱାଗତ କରିଥିଲେ । ମହାକୁମ୍ଭକୁ ‘ସନାତନ ସଂସ୍କୃତିର ନିଆରା ପ୍ରତୀକ’ ବୋଲି କହି ଶାହ ନିଜ ଅଫିସିଆଲ୍ ‘X’ ହ୍ୟାଣ୍ଡେଲରେ ଏକ ପୋଷ୍ଟ ଲେଖିଛନ୍ତି । ଏଥିରେ ସେ କହିଛନ୍ତି, ‘କୁମ୍ଭ ସନାତନ ଧର୍ମର ଜୀବନ ଦର୍ଶନକୁ ପ୍ରଦର୍ଶିତ କରିଥାଏ । ଏହା ସଦଭାବରେ ନିହିତ’ ।
Views: 30