ରାୟଗଡା : ମା ମଝିଘରିଆଣୀ ଦାନହୁଣ୍ଡିରୁ ଗଣତି ଆରମ୍ଭ । ତହସିଲଦାରଙ୍କ ଉପସ୍ଥିତିରେ ୯ଟି ଦାନହୁଣ୍ଡିରୁ ଗଣତି ଆରମ୍ଭ । ଶେଷଥର ଗତବର୍ଷ ସେପ୍ଟେମ୍ବରରେ ଗଣତି ହୋଇଥିଲା । ପୋଲିସର କଡା ସୁରକ୍ଷା ବଳୟରେ ମଧ୍ୟରେ ଚାଲିଛି ଦାନ ହୁଣ୍ଡି ଗଣତି । ମନ୍ଦିର ପରିଚାଳନା କର୍ମକର୍ତ୍ତାଙ୍କ ଉପସ୍ଥିତିରେ ୯ ଟି ଦାନ ହୁଣ୍ଡି ଗଣନାରେ ବିଭିନ୍ନ ସଂଗଠନର ମହିଳା ଓ ପୁରୁଷ, କିଛି ଛାତ୍ରଛାତ୍ରୀଙ୍କ ସମେତ ୨ ଶହରୁ ଅଧିକ ଲୋକ ନିୟୋଜିତ ହୋଇଛନ୍ତି । ଗତ ୬ ମାସ ତଳେ ଦାନ ହୁଣ୍ଡିରୁ ୫୮ ଲକ୍ଷ ୨୪ ହଜାର ଅଧିକ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସଂଗ୍ରହ କରାଯାଇଥିଲା ।
Views: 88











