ନୂଆଦିଲ୍ଲୀ : ତାମିଲସାଇ ସୁନ୍ଦରରାଜନ ତେଲେଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି । ତେଲେଙ୍ଗାନା ସମେତ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ ସୁନ୍ଦରରାଜନ । ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ପୁଣିଥରେ ତାଙ୍କୁ ସକ୍ରିୟ ରାଜନୀତିରେ ଦେଖିବାକୁ ମିଳିପାରେ । ଚଳିତ ସାଧାରଣ ନିର୍ବାଚନରେ ସୁନ୍ଦରରାଜନଙ୍କୁ ତାମିଲନାଡୁରୁ ବିଜେପି ପ୍ରାର୍ଥୀ ଭାବେ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।ଏହାପୂର୍ବରୁ ସୁନ୍ଦରରାଜନ ତାମିଲନାଡୁ ବିଜେପିର ମୁଖ୍ୟ ଭାବେ କାର୍ୟ୍ୟ କରୁଥିଲେ । ୨୦୧୯ ପର୍ୟ୍ୟନ୍ତ ତାମିଲନାଡୁରେ ବିଜେପିର ମଙ୍ଗ ଧରିଥିଲେ ସୁନ୍ଦରରାଜନ । ତେବେ ରାଜ୍ୟପାଳ ହେବା ପୂର୍ବରୁ ସୁନ୍ଦରରାଜନ ଦୁଇ ଦଶନ୍ଧି ଧରି ବିଜେପିରେ କାର୍ୟ୍ୟ କରି ଆସୁଥିଲେ ।
Views: 108











