ବାରିପଦା : ଭିଜିଲାନ୍ସ ଜାଲରେ ମ୍ୟୁନିସିପାଲଟି ଅଫିସର ବରିଷ୍ଠ କିରାଣୀ । ବରିଷ୍ଠ କିରାଣୀ ଗୋପାଳକୃଷ୍ଣ ପ୍ରଧାନ ଲାଞ୍ଚ ନେଇ ଧରାପଡିଲେ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ । ଦୋକାନ ମାଲିକାନା କାଗଜପତ୍ର କରିଦେବାକୁ ଲାଞ୍ଚ ନେଉଥିଲେ । ତେବେ କିରାଣି ଗୋପାଳ ପ୍ରଧାନ ୧୦ ହଜାର ଟଙ୍କା ଲାଞ୍ଚ ନେଲେ ଦୁଇ ଭାଇଙ୍କ ନାଁକୁ ଦୋକାନର ମାଲିକାନା ଟ୍ରାନ୍ସଫର କରିବେ ବୋଲି କହିଥିଲେ । ଅଭିଯୋଗକାରୀ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ । ଯୋଜନା ମୁତାବକ ଆଜି ପୌର ପରିଷଦ କାର୍ୟ୍ୟାଳୟରେ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀ ଧରିଥିଲେ । କିରାଣି ଗୋପାଳ ପ୍ରଧାନଙ୍କ ଅଫିସ ଓ ବାସଭବନରେ ଚଢ଼ାଉ କରାଯାଇଛି ।
Views: 43