ପୁରୀ : ଏଥର ରଥଯାତ୍ରା ପାଇଁ ମିଳିବ ସରକାରୀ ସହାୟତା । ରାଜ୍ୟର ବିଭିନ୍ନ ସ୍ଥାନରେ ରଥ ଯାତ୍ରା ପାଇଁ ମିଳିବ ସହାୟତା । ଏ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକ ସହାୟତା କରିବ ଆଇନ ବିଭାଗ । ଦେବୋତ୍ତର ଆୟୋଗ ଆଧୀନରେ ଥିବା ଜଗନ୍ନାଥ ମନ୍ଦିରକୁ ମିଳିବ ସହାୟତା । ସହାୟତା ପାଇଁ ଅନେକ ଆବେଦନ ଆସିଥିବା ବେଳେ ତାହାକୁ ନେଇ ବିଚାର କରାଯାଉଛି । ଯେଉଁମାନେ ଆବେଦନ କରିନାହିଁନ୍ତି ସେମାନଙ୍କ ପାଇଁ ମଧ୍ୟ ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ୍ ସିଷ୍ଟମ୍ । ଏନେଇ ବିଚାର କରାଯାଉଥିବା କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଣ୍ଟିଡ୍ରୋନ୍ ଟେକ୍ନୋଲୋଜି ଲଗାଯିବା ନେଇ ପୋଲିସ ବିଭାଗ ସହ ଆଲୋଚନା କରିଛି ଆଇନ ବିଭାଗ । ଏହି ସିଷ୍ଟମ୍ ଲାଗିବା ଦ୍ୱାରା ଶ୍ରୀମନ୍ଦିର ଉପରେ କିମ୍ବା ଚାରିପାଶ୍ୱର୍ରେ କେଉଁଠି ବି ଡ୍ରୋନ୍ ଉଡିବା ମାତ୍ରେ ଏହାକୁ ଖସାଇ ଦିଆଯାଇ ପାରିବ । ଏଥିାପଇଁ ଆବଶ୍ୟକ ପଡିଲେ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ଦେବ ବୋଲି ମନ୍ତ୍ରୀ କହିଛନ୍ତି ।
ରଥଯାତ୍ରା ପାଇଁ ମିଳିବ ସରକାରୀ ସହାୟତା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











