ନୂଆଦିଲ୍ଲୀ : ହାଭାର୍ଡ ବିଶ୍ୱବିଦ୍ୟାଳୟ କ୍ଷମତା ଉପରେ ପୁଣି ଟ୍ରମ୍ପଙ୍କ ଚୋଟ । ଆନ୍ତର୍ଜାତୀୟ ଛାତ୍ରଙ୍କ ନାମଲେଖା କ୍ଷମତାକୁ ବନ୍ଦ କଲେ ଟ୍ରମ୍ପ । ବିଦେଶୀ ଛାତ୍୍ରଙ୍କ ଆଡମିଶନ ଉପରେ ଲଗାଇଲେ କଟକଣା । ଗତ କାଲି ଟ୍ରମ୍ପ ପ୍ରଶାସନର ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ (ଊଐଝ) ଏହି ନିଷ୍ପତ୍ତି ନେଇଛି । ଏହି ନିଷ୍ପତି ଦ୍ବାରା ବର୍ତ୍ତମାନ ହାୱର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ପ୍ରାୟ ୬,୮୦୦ ବିଦେଶୀ ଛାତ୍ରଛାତ୍ରୀ ପ୍ରଭାବିତ ହେବେ । ଏଥିରେ ଭାରତର ମଧ୍ୟ ୭୮୮ ଜଣ ଛାତ୍ର ସାମିଲ ଅଛନ୍ତି ।
ରିପୋର୍ଟ ଅନୁସାରେ ବିଦେଶୀ ଛାତ୍ରଛାତ୍ରୀଙ୍କ ଆଡମିସନ୍ ପାଇଁ ହାୱର୍ଡ ବିଶ୍ୱବିଦ୍ୟାଳୟକୁ ୭୨ ଘଣ୍ଟା ମଧ୍ୟରେ ବିଦେଶୀ ଛାତ୍ରଛାତ୍ରୀଙ୍କ ବିଷୟରେ ଆମେରିକୀୟ ସରକାରଙ୍କୁ ସୂଚନା ଦେବାକୁ ପଡିବ । ବର୍ତ୍ତମାନ ଏହି ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ସମସ୍ତ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଅନ୍ୟ ବିଶ୍ୱବିଦ୍ୟାଳୟ ଏବଂ କଲେଜକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି ଏବଂ ଯଦି ସେମାନେ ଏପରି ନ କରନ୍ତି ତେବେ ସେମାନଙ୍କୁ ଆମେରିକା ଦେଶ ଛାଡିବାକୁ ପଡ଼ିପାରେ।
ହାର୍ଭାର୍ଡ କ୍ଷମତାରେ ପୁଣି ଟ୍ରମ୍ପ ଚୋଟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











