The Ultimate Managed Hosting Platform
ADVERTISEMENT

ଭିଜିଲାନ୍ସ ଜାଲରେ କିରାଣୀ, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

Facebook
Twitter
LinkedIn

ସୁନ୍ଦରଗଡ : ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ କିରାଣି । ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ତହସିଲ ଅଫିସ ଜୁନିୟର କିରାଣି ଗୋଲକ ନାୟକ ଏକ ଜମି ଚିହ୍ନଟ ଫାଇଲ ପ୍ରୋସେସିଙ୍ଗ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଆଜି ଟଙ୍କା ନେବା ପରେ ଟଙ୍କାକୁ ଅନ୍ୟ ଜଣେ ବ୍ୟକ୍ତି ଅରୁଣ ସେଠଙ୍କୁ ହସ୍ତାନ୍ତର କରିଥିଲେ। ଉଭୟଙ୍କୁ ଅଟକ ରଖିଛି ଭିଜିଲାନ୍ସ। ପ୍ରକାଶ ଅନନ୍ତ ଜମି ଡିମାର୍କେସନ୍ ପାସ କରାଇବା ପାଇଁ ଦୀର୍ଘ ଦିନ ହେଲା କିରାଣି ଗୋଲକ ନାଏକଙ୍କୁ ଅନୁରୋଧ କରି ଆସୁଥିଲେ । ଟଙ୍କା ନ ଦେଲେ କାମ ହେବନି ବୋଲି କହି ଆସୁଥିଲେ ଗୋଲକ। ୩୦ ହଜାର ଟଙ୍କା ଦେଲେ କାମ ହେବ ବୋଲି କହିଥିଲେ । ଶେଷରେ ବାଧ୍ୟ ହୋଇ ଅନନ୍ତ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଆଉ ଆଜି ତହସିଲ କାର୍ୟ୍ୟାଳୟରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସି ଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିମାନରେ ମଦ ପିଇ କ୍ରୁ ମେମ୍ବରଙ୍କୁ ଗାଳି କଲେ ୨ ଯାତ୍ରୀ

ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ

ନୂଆଦିଲ୍ଲୀ : ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ...

ADVERTISEMENT
ସପାର ୩ ବିଧାୟକ ବିଦା

ସପାର ୩ ବିଧାୟକ ବିଦା

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ । ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି । ଅଭୟ ସିଂହ, ରାଜେଶ ସିଂହ...

Login