ସାଲେପୁର : ଭାରସାମ୍ୟ ହରାଇ ଓଲଟିଲା ତେଲ ବାେଝେଇ ଟ୍ୟାଙ୍କର । କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତ କୋଇଲି ପିପି କଲେଜ ସାମ୍ନାରେ ଓଲଟି ପଡିଲା ତେଲ ଗାଡି । ଟ୍ୟାଙ୍କରଟି କେନ୍ଦ୍ରାପଡ଼ାରୁ କଟକ ଯାଉଥିବାବେଳେ ରାସ୍ତା କଡକୁ ଓଲଟି ପଡିଥିଲା । ଟ୍ୟାଙ୍କରରେ ତେଲ ଭର୍ତ୍ତି ହୋଇରହିଥିବାରୁ ବିପଦପୂର୍ଣ୍ଣ ରହିଛି । ତେଲ ମଧ୍ୟ ଲିକ୍ ହେଉଛି । ନିଶ୍ଚିନ୍ତକୋଇଲି ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
Views: 38