ଭୁବନେଶ୍ୱର : ଆସୁଛି ଆସୁଛି ହୋଲି, ସେତ ରଙ୍ଗର ପସରା ମେଲି ।ହଁ ଦର୍ଶକ ବନ୍ଧୁ ଆଉ ଦିନ କେଇଟା ପରେ ଆସୁଛି ରଙ୍ଗର ପର୍ବ ହୋଲି । ସାତ ରଙ୍ଗରେ ରଙ୍ଗୀନ ହେବା ପାଇଁ ପ୍ରସ୍ତୁତ ହେଲେଣି ସମସ୍ତେ । ଧରାପୃଷ୍ଠ ରଙ୍ଗମୟ ହୋଇ ଉଠିବ ସେଥିପାଇଁ ରଙ୍ଗ ବ୍ୟବସାୟ ମଧ୍ୟ ଜମି ଆସିଲାଣି । ସାଲେପୁର ଅଞ୍ଚଳରେ ଭଳିକି ଭଳି ରଙ୍ଗ ଦୋକାନରେ ଗ୍ରାହକମାନଙ୍କ ଭିଡ଼ ଆରମ୍ଭ ହେବାକୁ ଲାଗିଲାଣି । ଫଗୁଣ ଆସିଲେ ଦୋଳ ପୂର୍ଣ୍ଣିମା କଥା ମନେ ପଡେ । ବିମାନରେ ବସି ଫଗୁ ଖେଳି ବିଭିନ୍ନ ଗାଁ ସାହିରେ ଭୋଗ ଖାଇଥାନ୍ତି ରାଧା କୃଷ୍ଣ ଆଉ ତା ପରେ ପଡ଼େ ହୋଲି ପର୍ବ । ସବୁ ଦୁଃଖ କଷ୍ଟକୁ ଭୁଲି ଆବାଳ ବୃଦ୍ଧ ବନିତା ଏହି ରଙ୍ଗରେ ରଙ୍ଗେଇ ହୋଇଥାଆନ୍ତି । ସେଥିପାଇଁ ବ୍ୟବସାୟୀମାନେ କଟକ ଜିଲ୍ଲା ସାଲେପୁର ବଜାର ସମେତ ବିଭିନ୍ନ ସ୍ଥାନରେ ହୋଲି ରଙ୍ଗର ବିଭିନ୍ନ ପ୍ରକାର ପସରା ମେଲାଇଛନ୍ତି । ବିଭିନ୍ନ ଦେଶୀ ବିଦେଶୀ ରଙ୍ଗ ସାଙ୍ଗକୁ ହର୍ବାଲ ରଙ୍ଗର ଚାହିଦା ବଢ଼ିଛି । ତା ସହିତ ବିଭିନ୍ନ ପ୍ରକାର ପିଚକାରୀ ମୁଖା ଖେଳନା ସହ ଭଳିକି ଭଳି ରଙ୍ଗ ଖେଳ ସାମଗ୍ରୀ ଚଳିତ ବର୍ଷ ଗ୍ରାହକମାନଙ୍କୁ ଆକୃଷ୍ଟ କରୁଛି । ବଜାର ଚାହିଦାକୁ ଦେଖି ଚଳିତ ବର୍ଷ ରଙ୍ଗ ଏବଂ ସାମଗ୍ରୀ ଦାମ୍ ମଧ୍ୟ ବେଶୀ ନାହିଁ ଖାଲି ପାଗ ଅନୁକୂଳ ରହିଲେ ବେପାର ଜମିବ ବୋଲି ବ୍ୟବସାୟ କହିଛନ୍ତି ।
ଆସୁଛି ହୋଲି, ରଙ୍ଗ ଦୋକାନରେ ଜମିଲାଣି ଗ୍ରାହକଙ୍କ ଭିଡ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











