ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଞ୍ଜ ବାଣପୁର ଷଣ୍ଢା ଜଙ୍ଗଲରୁ ଜଣେ ଶିକାରୀ ଗିରଫ । ୨୧ କିଲୋ ମୃଗ ମାଂସ ସହ ଚମଡା ଜବତ କରିଛି ବାଲୁଗାଁ ବନ ବିଭାଗ । ଜଣେ ଗିରଫ ହୋଇଥିବା ସମୟରେ ଘଟଣାସ୍ଥଳରୁ ବନ ବିଭାଗ ହାତରୁ ଜଣେ ଶିକାରୀ ଚମ୍ପଟ । ସୂଚନା ମୁତାବକ ନାଚୁଣୀ ଥାନା ଅନ୍ତର୍ଗତ ଗୋପୀନାଥପୁର ଅଞ୍ଚଳର ଦୁଇ ଜଣ ଶିକାରୀ ବାଣପୁର ପଦ୍ମପୁର ସେକ୍ସନ ଷଣ୍ଢା ଜଙ୍ଗଲରୁ ଶିକାର କରି ଫେରୁଥିବା ସମୟରେ ପାଟ୍ରୋଲିଙ୍ଗ କରୁଥିବା ବନ କର୍ମଚାରୀ ସନ୍ଦେହ କରି ବ୍ୟାଗ ଚେକ କରିଥିଲେ । ପରେ ଦେଖିଲେ ଗୋଟେ ବ୍ୟାଗରେ କିଛି ଜଙ୍ଗଲି ମାଂସ ଥିଲା ଏବଂ ଅନ୍ୟ ଏକ ବ୍ୟାଗରେ ଗୋଟେ ମୁଣ୍ଡ ଥିଲା । ସେଥିରୁ ସ୍ପଷ୍ଟ ହେଲା କି ଏକ ମୃଗକୁ ଫାସ ପକେଇ ମାରି ମାଂସ ଆଣୁଥିଲେ । ଏହି ମାମଲାରେ ଜଣକୁ ଗିରଫ କରିବା ସହ ଅନ୍ୟଜଣେ ବନ ବିଭାଗ ହାତରୁ ଜଙ୍ଗଲ ଭିତରକୁ ଚମ୍ପଟ ମାରି ଫେରାର ଅଛି । ଘଟଣାସ୍ଥଳରୁ ୨୧ କିଲୋଗ୍ରାମ ମୃଗ ମାଂସ, ଛାଲ, କଟୁରୀ ଓ ବଟକରା ଜବତ କରିଛି ବାଲୁଗାଁ ବନ ବିଭାଗ ।
Views: 47