ନୂଆଦିଲ୍ଲୀ : ଦୀର୍ଘ ୯ ମାସ ମହାକାଶରେ ରହିବା ପରେ ପୃଥିବୀକୁ ଫେରୁଛନ୍ତି ଭାରତୀୟ ମୂଳ ଆମେରିକୀୟ ଅନ୍ତରୀକ୍ଷ ଯାତ୍ରୀ ସୁନୀତା ଓ୍ବିଲିୟମ୍ସ । ତାଙ୍କ ସହ ମହାକାଶକାରୀ ବଚ୍ ୱିଲମୋର, ଆମେରିକାର ନିକ୍ ହେଗ୍ ଓ ରୁଷିଆର ଆଲେକଜାଣ୍ଡାର ଗୋରବୁନୋଭ ମଧ୍ୟ ଫେରୁଛନ୍ତି । ଏଲେନ ମସ୍କଙ୍କ ସ୍ପେସ ଏକ୍ସ କମ୍ପାନୀର ସ୍ପେସ କ୍ରାଫ୍ଟ ଡ୍ରାଗନରେ ଫେରୁଛନ୍ତି ସୁନୀତା । ବୁଧବାର ଭାରତୀୟ ସମୟ ଭୋର ସାଢ଼େ ତିନିଟାରେ ଲାଣ୍ଡ କରିବେ । ତେବେ ସୁନିତା ଏବଂ ତାଙ୍କ ସାଥୀଙ୍କ ଫେରିବା ଏତେ ସହଜ ନୁହେଁ । ଫ୍ଲୋରିଡା ତଟରେ ସୁନୀତାଙ୍କ ସହିତ ଓହ୍ଲାଇବେ ୪ ମହାକାଶଚାରୀ । ଭାରତୀୟ ସମୟ ଅନୁସାରେ ସକାଳ ୧୦.୩୫ ମିନିଟରେ ସ୍ପେସଏକ୍ସର ଡ୍ରାଗନ ମହାକାଶଯାନ ତାଙ୍କୁ ଏବଂ ଅନ୍ୟ ଦୁଇ ମହାକାଶଚାରୀଙ୍କୁ ଧରି ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ ଛାଡିଛି । ୧୮ ହଜାର ଫିଟ୍ ଉପରେ ଖୋଲିବ ପାରାସୁଟ୍ । ଏହାପରେ ସମୁଦ୍ରରେ ଲ୍ୟାଣ୍ଡ କରିବ ।
Views: 101