ଭୁବନେଶ୍ୱର : ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ଆରମ୍ଭ । ନବଙ୍କ ପରିବାଲ ଲୋକଙ୍କ ହେଲା ବୟାନ ରେକର୍ଡ । ଗୃହରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା । ନବ ଦାସ ହତ୍ୟା କାଣ୍ଡରେ ଯେଉଁଭଳି ତଦନ୍ତ ହେବା କଥା, ନ୍ୟାୟ ମିଳିବା କଥା ତାହା ହୋଇପାରିନାହିଁ । ଯାହାକୁ ନେଇ ତାଙ୍କ ପରିବାର ଅସହମତି ପ୍ରକାଶ କରିଥିଲେ । ଏ ବାବଦରେ ତାଙ୍କ ପରିବାର ଲୋକ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇବା ପରେ ଆଜି ଠାରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନ ମାମଲା ସ୍ବତନ୍ତ୍ର କୋର୍ଟ ଝାରସୁଗୁଡ଼ାରେ ବିଚାରାଧୀନ ରହିଛି । ୨୯ ସାକ୍ଷୀ ଓ ୧୭୯ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରାଯାଇଛି । ନବ ଦାସଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ପାଇଁ ଚିଠି ଲେଖିଥିଲେ ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
Views: 80











