ଭୁବନେଶ୍ୱର : ଫ୍ରେବ୍ରୁଆରୀ ୧୩ ତାରିଖରୁ ସପ୍ତାଦଶ ବିଧାନସଭାର ତୃତୀୟ ଅଧିବେସନ ଆରମ୍ଭ ହେବ। ୧୩ ତାରିଖରେ ମହାମହିମ ରାଜ୍ୟପାଳ ଅଭିଭାଷଣ ପ୍ରଦାନ କରିବେ। ୧୪ ଓ ୧୫ ତାରିଖରେ ଅଭିଭାଷଣ ସମ୍ପର୍କରେ ଆଲୋଚନା ହେବ। ଚଳିତ ବିଧାନସଭାରେ ୨୮ ଦିନ କାଯ୍ୟକାରୀ ଦିନ ସ୍ଥିର ହୋଇଛି। ଏହା ଭିତରେ ୩ ଦିନ ସରକାରୀ ଏବଂ ୩ ଦିନ ବେସରକାରୀ କାଯ୍ୟକ୍ରମ ରଖାଯାଇଛି। ଅଧିବେଶନରେ ବଜେଟ ଆଗତ ହେବ ଏହା ଉପରେ ମଧ୍ୟ ଆଲୋଚନା ହେବ। ଏହାପରେ ୨୯ ତାରିଖରେ ବିନିଯୋଗ ବିଲ ଉପରେ ଉପସ୍ଥାପନା ହେବ ବୋଲି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି।
Views: 35