The Ultimate Managed Hosting Platform
ADVERTISEMENT

ପ୍ରବଳ ବର୍ଷାରେ ଉବୁଟୁବୁ କୋଲକତା , ୭ ଜଣଙ୍କ ଜୀବନ ଗଲାଣି

Facebook
Twitter
LinkedIn

କୋଲକତା : ପ୍ରବଳ ବର୍ଷାରେ ଉବୁଟୁବୁ କୋଲକାତା । ସହରର ଚାରିଆଡେ ପାଣି ଆଉ ପାଣି । ବୁଡ଼ିଲା ରାସ୍ତା ଘାଟ, ଘରେ ପଶିଲା ପାଣି । ବର୍ଷା ବିତ୍ପାତ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲିଠାରୁ ଲଗାଣ ବର୍ଷା ଜାରି ରହିଛି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସୃଷ୍ଟି ହୋଇଛି । ଯାହାଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କ ଜୀବନ କଷ୍ଟକର ହୋଇଯାଇଛି । ତଳିଆ ଅଞ୍ଚଳ ମାନଙ୍କରେ ପାଣି ଜମି ରହିଛି । ଦୁର୍ଗା ପୂଜା ପ୍ରସ୍ତୁତିରେ ବଡ଼ ବାଧକ ସାଜିଛି ବର୍ଷା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଲିପୁରରେ ୨୪୭ ମିଲିମିଟର ବର୍ଷା ରକେର୍ଡ ହୋଇଛି । ମଙ୍ଗଳବାର ଦିନ ରାତିସାରା କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ମୁଷଳଧାରାରେ ବର୍ଷା ହେବା ଫଳରେ ସାଧାରଣ ଜୀବନଯାତ୍ରା ଠପ୍ ହୋଇଯାଇଛି । ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇଛି ଯେ ଉତ୍ତର-ପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ କ୍ଷେତ୍ର ଦକ୍ଷିଣ ବଙ୍ଗର ଅନେକ ଜିଲ୍ଲାରେ ଅଧିକ ପ୍ରବଳ ବର୍ଷା କରାଇପାରେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login