ନୂଆଦିଲ୍ଲୀ : ପ୍ରଧୀନମନ୍ତ୍ରୀଙ୍କ ଶହେ ତମ “ମନ କୀ ବାତ” କାର୍ଯ୍ୟକ୍ରମ । ରେଡିଓରେ ଦେଶବାସୀଙ୍କୁ କରୁଛନ୍ତି ସମ୍ବୋଧନ । ଦେଶର ୪ ଲକ୍ଷ ସେଣ୍ଟରରେ କାର୍ଯ୍ୟକ୍ରମ । “ମନ କୀ ବାତ” ଜନ ଆନେ୍ଦାଳନରେ ପରିଣତ ହୋଇଛି । ଲୋକଙ୍କ ସହ ଯୋଡି ହେବାର ଏହା ମାଧ୍ୟମ । ସବୁ ବର୍ଗର ଲୋକ କାର୍ଯ୍ୟକ୍ରମରେ ଯୋଡି ହୋଇଛନ୍ତି । “ମନ କୀ ବାତ” ମୋ ପାଇଁ ପୂଜା, ଆସ୍ଥା ଓ ବ୍ରତ ଭଳି । ୨୦୧୪ ଅକ୍ଟୋବର ୩ରେ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ ।
ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ବି ଏହାର ସିଧାପ୍ରସାରଣ କରାଯାଉଛି । ଜାତିସଂଘରେ ଅବସ୍ଥାପିତ ଭାରତୀୟ ସ୍ଥାୟୀ ମିଶନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବାଣିଜ୍ୟ ଦୂତାବାସ ପକ୍ଷରୁ ମଧ୍ୟ ପ୍ରବାସୀ ଭାରତୀୟଙ୍କ ପାଇଁ ଏହି ସ୍ୱତନ୍ତ୍ର ସଂସ୍କରଣ ଶୁଣାଇବାର ବ୍ୟବସ୍ଥା କରାଯାଇଛି । ମନ୍ କି ବାତରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସହ ଖୋଲା ଓ ଉତ୍ସାହୀ ମତ ବିନିମୟ କରି ଥାଆନ୍ତି । ବିଭିନ୍ନ ପ୍ରକାରର ପ୍ରସଙ୍ଗକୁ ଉତଥାପନ କରନ୍ତି ପ୍ରଧାନମନ୍ତ୍ରୀ । ଅଖ୍ୟାତ ପଲ୍ଲୀର ପ୍ରତିଭାଙ୍କୁ ମନ୍ କି ବାତରେ ସ୍ଥାନ ବି ଦେଇଛନ୍ତି । ଜୈବିକ କୃଷି, ଫିଟ୍ ଇଣ୍ଡିଆ ମୁଭମେଣ୍ଟ, ଖେଲୋ ଇଣ୍ଡିଆ, ବେଟୀ ବଚାଓ-ବେଟୀ ପଢ଼ାଓ, ହର ଘର ତ୍ରିରଙ୍ଗା, ଷ୍ଟାର୍ଟଅପ୍ ଆନ୍ଦୋଳନ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା କ୍ଷେତ୍ରରେ ଦ୍ରୁତ ପ୍ରଗତି ଭଳି ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମନ୍ କି ବାତରେ ଆଲୋଚନା କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ୧୦୦ ତମ “ମନ କୀ ବାତ୍”

Facebook
Twitter
LinkedIn
Facebook
Twitter
LinkedIn
Recent News
ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଲା ଆମେରିକା
ନୂଆଦିଲ୍ଲୀ : ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା...
ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ; ୪ ମୃତ
ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଓ ଭୂସ୍ଖଳନର ତାଣ୍ଡବ । ବାଦଲଫଟା ବର୍ଷାରେ ଭାସିଗଲା ଉତ୍ତରକାଶୀର ଧରାଲି ଗାଁ । କ୍ଷୀର ଗଙ୍ଗା ନଦୀର ଉପର...
ଅତ୍ୟଧିକ ଲୁଣ ସେବନ ଏହି ସବୁ ଅଙ୍ଗକୁ କରେ ଅକାମୀ
ବ୍ୟୁରୋ : ଆମେ ସ୍ବାଦ ପାଇଁ ଲୁଣ ବ୍ୟବହାର କରିଥାଉ । ଲୁଣ ବିନା ଖାଦ୍ୟର ସ୍ବାଦ ମୂଲ୍ୟହୀନ । ଯେତେ ମସଲା ଦେଇ ରାନ୍ଧିଲେ ମଧ୍ୟ...
ସୋଭନା ମହାନ୍ତିଙ୍କୁ ମହିଳା କମିଶନ ଅଧ୍ୟକ୍ଷା ଓ ବବିତା ପାତ୍ରଙ୍କୁ ଶିଶୁ ସୁରକ୍ଷା ଆୟୋଦ ଅଧ୍ୟକ୍ଷା ଭାବେ ନିଯୁକ୍ତ ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର : ସୋଭନା ମହାନ୍ତି ହେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା । ୩ ବର୍ଷ ପାଇଁ ନିଯୁକ୍ତ ହେଲେ ରାଜ୍ୟ ସରକାର । ନିଯୁକ୍ତି ନେଇ...