ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କ ପଞ୍ଜାବ ଗସ୍ତ ବେଳେ ସୁରକ୍ଷା ଢିଲା ଘଟଣା । ଜଣେ ଏସପି, ୨ ଡିଏସପିଙ୍କ ସମେତ ୫ ପୋଲିସ ସସପେଣ୍ଡ । କର୍ତ୍ତବ୍ୟରେ ଅବହେଳା ପାଇଁ ସସପେଣ୍ଡ କଲେ ପୋଲିସ ମହାନିଦେ୍ର୍ଦଶକ । ୨୦୨୨ ଜାନୁଆରୀ ୫ରେ ଫିରୋଜପୁର ଗସ୍ତରେ ସୁରକ୍ଷା ତ୍ରୁଟି ହୋଇଥିଲା । ୨୦ ମିନିଟ ପାଇଁ ପ୍ରଧାନମନ୍ତ୍ରୀଙ୍କ କାରକେଡ ଅଟକି ରହିଥିଲା । ପଞ୍ଜାବ ଗସ୍ତ ସମୟରେ ମୋଦିଙ୍କ କାରକେଡକୁ ଫ୍ଲାଏଓଭରରେ କୃଷକମାନେ ଅଧଘଣ୍ଟା ପର୍ୟ୍ୟନ୍ତ ନାକାବନ୍ଦୀ କରି ରଖିଥିଲେ । ତେବେ ଏହି ମାମଲାକୁ ତେଣ ତତ୍କାଳ ଚରଣଜିତ ସିଂ ଚିନ୍ନୀ ସରକାରକୁ ନେଇ କଡ଼ା ସମାଲୋଚନା କରିଥିଲା ବିଜେପି । ଏହି ମାମଲାରେ ପଞ୍ଜାବ ଗୃହ ବିଭାଗ ଦ୍ୱାରା ଜାରି କରାଯାଇଥିବା ଆଦେଶନାମାରେ ଭଟିଣ୍ଡା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଗୁରୁବିନ୍ଦର ସିଂହ ସାଙ୍ଘା, ଡିଏସପି ପାରସନ ସିଂ ଓ ଜଗଦୀଶ କୁମାର, ଇନ୍ସପେକ୍ଟର୍ ଜତିନ୍ଦର ସିଂ ଓ ବଲବିନ୍ଦର ସିଂହ, ଏସଆଇ ଜସଓ୍ଵନ୍ତ ସିଂ ଏବଂ ଏଏସଆଇ ରକେଶ କୁମାରଙ୍କୁ ନିଲମ୍ବନ କରାଯାଇଛି ।
Views: 77