ଭୁବନେଶ୍ୱର : ଓଡିଶାରେ ଯାହାବି କିଛି ପ୍ରତିଷ୍ଠା ହୋଇଛି ଧନୀଙ୍କ ପାଇଁ । ଭୁବନେଶ୍ୱରରେ ଏମ୍ସ ଓ ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସ କଂଗ୍ରେସ କରିଛି । ଭୁବନେଶ୍ୱରକୁ ରାଜଧାନୀ କରିଥିଲେ ରାହୁଲ । ବିଜେପିର ଅବଦାନ ଜିରୋ , ଏମାନେ ଏଠାରେ କିଛି କାମ କରି ନାହାନ୍ତି । କିଛି କାମ ନ କରି କେବଳ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି । କିଛି କରିନାହାନ୍ତି କେବଳ ବିକ୍ରି କରିବାରେ ଲାଗି ପଡିଛନ୍ତି । ଡବଲ ଇଞ୍ଜିନ ସରକାର ଗରିବଙ୍କ ପାଇଁ ନୁହେଁ , କେବଳ ଧନୀଙ୍କ ପାଇଁ । ଦେଶର ସମ୍ବିଧାନଙ୍କୁ ସମାପ୍ତ କରିବା ମୋଦିଙ୍କ ଲକ୍ଷ୍ୟ । ଧର୍ମ ନାଁରେ ବିଭାଜନ ରାଜନୀତି କରୁଛି ବିଜେପି । ଭାରତ-ପାକିସ୍ତାନ ଯୁଦ୍ଧ ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କଲେ । ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପ ୧୬ ଥର କହିଛନ୍ତି କିନ୍ତୁ ମୋଦି ଥରୁଟିଏ ବି ଏହା ବିରୁଦ୍ଧରେ କହିଲେନି । ରାହୁଲ ମଣିପୁର ଗଲେ , ମୋଦି କାହିକି ଗଲେନି । ବିଦେଶ ବୁଲୁଛନ୍ତି , କିନ୍ତୁ କାହିଁକି ମଣିପୁର ଯାଉ ନାହାନ୍ତି । ସେହିପରି ରାହୁଲ କହିଛନ୍ତି ଯେ ଓଡ଼ିଶାରେ ୪୦ ହଜାରରୁ ଊର୍ଦ୍ଧ୍ବ ମହିଳା ଗାଏବ ହୋଇଛନ୍ତି, ଏମାନେ କୁଆଡ଼େ ଗଲେ କେହି ଜାଣିନାହାନ୍ତି ଜ୍ଝ ମହିଳାଙ୍କୁ ଦୁଷ୍କର୍ମ ହେଉଛି, କିନ୍ତୁ ସରକାର ନୀରବଦ୍ରଷ୍ଟା ପାଲଟିଛନ୍ତି ଜ୍ଝ ସେହିପରି ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ଡ୍ରାଇଭର ମହାସଂଘ ଉପରେ ଚାପ ପକାଯାଇଥିଲା, ସମାବେଶକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଇଥିଲା । କିନ୍ତୁ ଡ୍ରାଇଭର ମହାସଂଘ ସେମାନଙ୍କ କଥା ଶୁଣିଲେନି । ଏଥିପାଇଁ ଡ୍ରାଇଭର ମହାସଂଘକୁ ହୃଦୟରୁ ଧନ୍ୟବାଦ ଜଣାଉଛି ।
“ଡବଲ ଇଞ୍ଜିନ ସରକାର ଧନୀଙ୍କ ପାଇଁ” : ରାହୁଲ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











