ନୂଆଦିଲ୍ଲୀ : ହାଇଦ୍ରାବାଦରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ପୂଜାରୀ ନିଜ ପ୍ରେମିକାଙ୍କୁ ହତ୍ୟା କରି ମୃତଦେହକୁ ମନ୍ଦିର ପଛରେ ପୋତି ଦେଇଛନ୍ତି। କୁହାଯାଉଛି କି, ସାଇକୃଷ୍ଣା ନାମକ ପୂଜାରୀ ଏବଂ ଅପସରା ନାମ୍ନୀ ଯୁବତୀ ପରସ୍ପରକୁ ଭଲ ପାଉଥିଲେ। ସବୁଠୁ ବଡ଼ କଥା ହେଉଛି ଯେ ପୂଜାରୀ ସାଇକୃଷ୍ଣା ବିବାହିତ ଥିବାବେଳେ ତାଙ୍କର ଏକ ସନ୍ତାନ ମଧ୍ୟ ଅଛି। ଘଟଣାଟି ହାଇଦ୍ରାବାଦର ଶମ୍ଶାବାଦ ନିକଟ ନାରକୁଡ଼ା ଗାଁରେ ଘଟିଛି। ଏହି ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ଯୁବତୀଙ୍କ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ସେମାନେ କହିଥିଲେ ଯେ ଅପସରା ଗର୍ଭବତୀ ଥିଲେ। ସାଇକୃଷ୍ଣା ତାଙ୍କର ଗର୍ଭପାତ କରାଇଥିଲେ। ପରିବାର ଲୋକଙ୍କ ମୁତାବକ, ଅପସରା ବିବାହ ପାଇଁ ପୂଜାରୀଙ୍କ ଉପରେ ଚାପ ପକାଉଥିଲେ, ଯେଉଁ କାରଣରୁ ପୂଜାରୀ ଷଡ଼ଯନ୍ତ୍ର କରି ଅପସରାଙ୍କୁ ହତ୍ୟା କରିଥିଲେ।ପୋଲିସ କହିଛି ଯେ ଅପସରା ସାଇକୃଷ୍ଣାଙ୍କ ସହିତ ଏକ ଗୋଶାଳା ଯାଇଥିଲେ ଏବଂ ସେଠାରେ କୃଷ୍ଣା ତାଙ୍କୁ ହତ୍ୟା କରିଥିଲେ। ହତ୍ୟା ପରେ ସେ ମୃତଦେହକୁ ମନ୍ଦିର ପଛପଟେ ଗାତ ଖୋଳି ପୋତି ଦେଇଥିଲେ। ଆଶ୍ଚର୍ୟ୍ୟଜନକ କଥା ହେଉଛି, ହତ୍ୟା କରି ସାଇକୃଷ୍ଣା ନିଜେ ହିଁ ଥାନାକୁ ଯାଇ ଅପସରାଙ୍କ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ପରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ପରେ ସାଇକୃଷ୍ଣା ପୋଲିସ ସାମ୍ନାରେ ସବୁ ସତ କଥା ମାନିଥିଲେ।
ପ୍ରଥମେ ଗର୍ଭପାତ, ପରେ ହତ୍ୟା ; ମନ୍ଦିର ପଛପଟେ ପୂଜାରୀ ପୋତିଦେଲେ ପ୍ରେମିକାର ମୃତଦେହ

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...