ନୂଆଦିଲ୍ଲୀ : ୬ ମହିଳା ଯିବେ ମହାକାଶ । ପପ୍ ଗାୟିକା, ସାମ୍ବାଦିକ, ବୈଜ୍ଞାନିକ, ଫିଲ୍ମ ନିର୍ମାତା ଏପରି ଭିନ୍ନ ଭିନ୍ନ କ୍ଷେତ୍ରର ୬ ଜଣ ମହିଳା ଗ୍ରୁପ୍ ହୋଇ ମହାକାଶ ଯାତ୍ରା କରିବେ । ଆଜି ଏହି ୬ ମହିଳାଙ୍କ ଟିମ୍ ଜେଫ୍ ବେଜୋସଙ୍କ କମ୍ପାନୀ ବ୍ଲୁ ଓରିଜିନର ନ୍ୟୁ ସେପର୍ଡ ରକେଟ୍ ଜରିଆରେ ମହାକାଶ ଯିବେ । ପ୍ରଥମ ଥର ପାଇଁ ମହିଳାଙ୍କ ଏକ ଟିମ୍ ମହାକାଶ ଯାତ୍ରା କରିବେ । ପୂର୍ବରୁ ୧୯୬୩ରେ ରୁଷର ମହାକାଶ ଯାତ୍ରୀ ଭାଲେଣ୍ଟିନା ତେରେସ୍କୋଭା ଏକା ଏକା ମହାକାଶ ଯାତ୍ରା କରିଥିଲେ । ଆଜିର ମହାକାଶ ଯାତ୍ରାରେ ମହାକାଶ ଯିବେ ପପ୍ ଗାୟିକା କେଟି ପେରି, ସାମ୍ବାଦିକା ଗେଲ୍ କିଙ୍ଗ, ମାନବାଧିକାର କର୍ମୀ ତଥା ଆଇନଜୀବୀ ଆମାଣ୍ଡ ଇଙ୍ଗୁଏନ୍, ନାସାର ପୂର୍ବତନ ବୈଜ୍ଞାନିକ ଆଇଶା ବୋୱେ ଏବଂ ସିନେ ନିର୍ମାତା କେରିଅନ ଫ୍ଲିନ୍ । ଏମାନଙ୍କ ସହ ମହାକାଶ ଯିବେ ଜେଫ ବେଜୋସଙ୍କ ବାନ୍ଧବୀ ଲରେନ ସାଞ୍ଚେଜ୍ । ସେ ଏହି ଗ୍ରୁପକୁ ଲିଡ୍ କରିବେ । ଛଅ ଜଣ ମହିଳା ନ୍ୟୁ ସେପର୍ଡ-୩୧ମିଶନରେ ବ୍ଲୁ ଓରିଜିନର ନ୍ୟୁ ସେପର୍ଡ ରକେଟରେ ଯାତ୍ରା କରିବେ। ଏହି ମହାକାଶ ଯାନ ସମ୍ପୂର୍ଣ୍ଣ ସ୍ୱୟଂ ଚାଳିତ । ଏହି ଯାତ୍ରା ପ୍ରାୟ ୧୧ ମିନିଟ୍ ଧରି ଚାଲିବ। ନ୍ୟୁ ସେପର୍ଡର ଯାତ୍ରୀ ଶବ୍ଦର ଗତିଠାରୁ ୩ ଗୁଣା ଅଧିକ ବେଗରେ କ୍ୟାପସୁଲରେ ବସି ମହାକାଶକୁ ଯିବେ । ଏହି ସବୁ ମହିଳା, ପୃଥିବୀର ବାୟୁ ମଣ୍ଡଳ ଓ ମହାକାଶ ମଝିରେ ଥିବା କାଳ୍ପନିକ ରେଖା କାର୍ମନ ଲାଇନ୍ ପାର କରିବେ । ପାରାଚ୍ୟୁଟ୍ ସାହାଯ୍ୟରେ କ୍ୟାପସୁଲରେ ବସି ଯାତ୍ରୀମାନେ ପୃଥିବୀ ପୃଷ୍ଠକୁ ଫେରିବେ । ବ୍ଲୁ ଓରିଜିନ ତରଫରୁ କୁହାଯାଇଛି, ଏହା କେବଳ ଏକ ମହାକାଶ ମିଶନ ନୁହଁ ।
ପ୍ରଥମ ଥର ମହାକାଶ ଯାତ୍ରା କରିବେ ୬ ମହିଳା

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...