The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ପୁଣି ଥରେ ଆଇପିଏଲ ଟାଇଟଲ ଜିତିପାରେ ଚେନ୍ନାଇ ସୁପରକିଙ୍ଗସ !

Facebook
Twitter
LinkedIn

ନୂଆଦିଲ୍ଲୀ : କ୍ରିକେଟ ଫ୍ୟାନ୍ସଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି। ଆସନ୍ତାକାଲିରୁ ଆରମ୍ଭ ହୋଇଯିବା ଆଇପିଏଲ ୨୦୨୩ । ପ୍ରଥମ ମ୍ୟାଚରେ ମୁହାମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଏବଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସ । ଚାମ୍ପିଅନ ଗୁଜରାଟ ଟାଇଟନ୍ସ ସହିତ ଲଢିବା ପାଇଁ ଧୋନିଙ୍କ ଟିମ ଜବରଦସ୍ତ ପ୍ରାକ୍ଟିସ କରୁଛି । ରବୀନ୍ଦ୍ର ଜାଡେଜାଙ୍କୁ ଛାଡି ସିଏସକେର ସବୁ ଖେଳାଳି ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି ।
ଧୋନି ୪ ଥର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ବ ନେଉଥିଲା ବେଳେ ପାଣ୍ଡ୍ୟା ଗତ ସଂସ୍କରଣରେ ପ୍ରଥମ ଥର ଖେଳି ବିଜେତା ହୋଇଥିବା ଗୁଜରାଟ ଟାଇଟନ୍ସର ଅଧିନାୟକ ରହିଛନ୍ତି। ଗୁଜରାଟ ଟାଇଟନ୍ସ ଆଇପିଏଲରେ ଗୋଟିଏ ସିଜିନ ଖେଳିଥିଲା ବେଳେ ଚେନ୍ନାଇ ସୁପର କିଙ୍ଗ୍ସ ୧୩ ଟି ସିଜିନ ଖେଳିସାରିଛି। ଚଳିତ ସିଜିନ ଉଦ୍ଘାଟନୀ ମୁକାବିଲା ପୂର୍ବରୁ ଏହି ଦୁଇ ଦଳ ଆଇପିଏଲରେ ୨ ଥର ମୁହାଁମୁହିଁ ହୋଇଛନ୍ତି।
୨୦୧୬ରେ ଚେନ୍ନାଇ ଟିମ ଉପରେ ପ୍ରତିବନ୍ଧକ ଲାଗିଥିବା ବେଳେ ଧୋନିଙ୍କ ଟିମ ରାଇଜିଂ ପୁନେ ସୁପରଜିଆଣ୍ଟସ ସହିତ ଜଡିତ ଥିଲା । ଆଉ ସେତେବେଳେ ପୁନେ ଟିମରେ ୪ ଜଣ ଖେଳାଳି ରହିଥିଲେ, ଯିଏ ଏବେ ଚେନ୍ନାଇ ଟିମ୍ ସହିତ ରହିଛନ୍ତି । ଧୋନି, ରାହାଣେ, ବେନ ଷ୍ଟୋକ୍ସ ଏବଂ ଦୀପକ ଚହର ଏବେ ଧୋନିଙ୍କ ଟିମରେ ରହିଛନ୍ତି ।
ଚେନ୍ନାଇ ଟିମରେ ଧୋନି, ରାହାଣେ, ବେନ ଷ୍ଟୋକ୍ସ, ଦୀପକ ଚହର ରହିଛନ୍ତି । ଯଦିଓ ଏଥର ରାହାଣେ ଭଲ ଫର୍ମରେ ନାହାଁନ୍ତି, କିନ୍ତୁ ଧୋନି, ଷ୍ଟୋକ୍ସ ଏବଂ ଦୀପକଙ୍କ ପ୍ରଦର୍ଶନ ଭଲ ରହିଛି। ବିପକ୍ଷ ଟିମକୁ ମାତ୍ ଦେବାରେ ଏମାନେ ସକ୍ଷମ । ୨୦୧୭ ସିଜନ ପରି ଏଥର ମଧ୍ୟ ଦ୍ରୁତ ବୋଲର ଅଲରାଉଣ୍ଡର ଷ୍ଟୋକ୍ସ ଚମତ୍କାର ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ରହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login