The Ultimate Managed Hosting Platform
ADVERTISEMENT

ପହଲଗାମ ଆକ୍ରମଣ : ସନ୍ଧ୍ୟାରେ ୩ ସେନା ସହ ବଡ ବୈଠକ

Facebook
Twitter
LinkedIn

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟର ବସିଛି ଏକ ଉଚ୍ଚସ୍ତରୀୟ ବୈଠକ । ଏଥିରେ ତିନୋଟି ବାହିନୀର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ । ରିପୋର୍ଟ ଅନୁସାରେ, ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ବୈଠକରେ ଏକ ଯୋଜନା ପ୍ରସ୍ତୁତ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଆଜି ସନ୍ଧ୍ୟାରେ ସିସିଏସ ବୈଠକରେ ଯୋଗଦେବେ । ଏହି ବୈଠକରେ ଆତଙ୍କୀଙ୍କୁ ନିପାତ କରିବା ନେଇ ଆଲୋଚନା କରାଯିବ । ରିପୋର୍ଟ ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରଣାଳୟର ବୈଠକ ପ୍ରାୟ ସାଢ଼େ ତିନି ଘଣ୍ଟା ଧରି ଚାଲିଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହିତ, ତିନି ସଶସ୍ତ୍ର ବାହିନୀର ମୁଖ୍ୟମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ବୈଠକରେ ପହଲଗାମ ଆକ୍ରମଣର ପ୍ରତିଶୋଧ କିପରି ନିଆଯିବ ସେ ବିଷୟରେ ଆଲୋଚନା ହୋଇଥିଲା । ବୈଠକରେ ପ୍ରସ୍ତୁତ ଯୋଜନାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମୁଖରେ ରଖାଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login