ନୂଆଦିଲ୍ଲୀ : ପହଲଗାମ ଆତଙ୍କୀ ହମଲାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ ପ୍ରତିକ୍ରିୟା । କାହାରିକୁ ଛଡାଯିବନି କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଘଟଣାରେ ଯିଏ ସମ୍ପୃକ୍ତ ଓ ପରଦା ପଛରେ ଯିଏ ଅଛି ଛଡାଯିବନି । ଭାରତ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଜାରି ରଖିଛି । ଏଭଳି ଘୃଣ୍ୟ ଅମାନବୀୟ କାର୍ଯ୍ୟକୁ ନିନ୍ଦା କରୁଛି । ସେ କହିଛନ୍ତି କି, ସରକାର ପ୍ରତିଟି ମାମଲାର ପ୍ରତିଶୋଧ ନେବେ ଯାହା ଜରୁରି ଓ ଉପଯୁକ୍ତ । ଆତଙ୍କବାଦ ଉପରେ ପ୍ରହାର ତୀବ୍ର ହେବ ବୋଲି ଇସାରା ଇସାରାରେ ସୂଚନା ଦେଇଛନ୍ତି ରାଜନାଥ ସିଂ । ସେ କହିଛନ୍ତି କି, କେବଳ ଆତଙ୍କବାଦୀ ନୁହଁନ୍ତି ପର୍ଦ୍ଦା ପଛରେ ରହି ଷଡଯନ୍ତ୍ର କରୁଥିବା ସଂଗଠନଗୁଡିକ ଉପରେ ମଧ୍ୟ ଆକ୍ରମଣ ହେବ । ରାଜନାଥଙ୍କ ଏହି ବୟାନ ପାକିସ୍ତାନ ବିରୋଧରେ ସ୍ପଷ୍ଟ ଚେତାବନୀ ବୋଲି କୁହାଯାଉଛି । ରାଜନାଥ ସିଂ ଦେଶବାସୀଙ୍କୁ ନିର୍ଭୟରେ ରହିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଯେ, ଏବେ କେବଳ ଆତଙ୍କବାଦୀ ନୁହଁନ୍ତି ବରଂ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ସଂଗଠନଗୁଡିକ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯିବ । ଭାରତ ଏତେ ପୁରୁଣା ସଭ୍ୟତା ଓ ଏତେ ପୁରୁଣା ଦେଶ ଏହାକୁ ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣ କରି ଭୟଭିତ କରାଯାଇପାରିବ ନାହିଁ । ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କୁ ଖୁବଶୀଘ୍ର ଜବାବ ଦିଆଯିବ ବୋଲି ସେ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ପହଲଗାମ ଆଟାକ : କାହାରିକୁ ଛଡାଯିବନି କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ , ଖୁବଶୀଘ୍ର ବଡ ଜବାବ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











