The Ultimate Managed Hosting Platform
ADVERTISEMENT

ପହଲଗାମ ଆକ୍ରମଣ ପରେ ବଡ ନିଷ୍ପତ୍ତି, ୪୮ ରିସୋର୍ଟ ବନ୍ଦ

Facebook
Twitter
LinkedIn

ଜମ୍ମୁ : ଜମ୍ମୁକଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ଗୁଇନ୍ଦା ସଂସ୍ଥାଗୁଡ଼ିକର ଚେତାବନୀ ପରେ ୪୮ଟି ରିସୋର୍ଟ ଓ ପର୍ୟ୍ୟଟନସ୍ଥଳୀ ବନ୍ଦ କରିଦିଆଯାଇଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ଜମ୍ମୁକଶ୍ମୀର ସରକାର ଏହି ପଦକ୍ଷେପ ନେଇଛନ୍ତି ।
ପହଲଗାମ ଆକ୍ରମଣ ପରେ ଉପତ୍ୟକାରେ କିଛି ସ୍ଲିପର ସେଲ୍ ସକ୍ରିୟ ହୋଇଛି ଏବଂ ସେମାନଙ୍କୁ ଅପରେସନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁରକ୍ଷା ବାହିନୀ ଗୁଲମାର୍ଗ, ସୋନମାର୍ଗ ଏବଂ ଡାଲ ଲେକ୍ ଅଞ୍ଚଳ ସମେତ ସମ୍ବେଦନଶୀଳ ପର୍ୟ୍ୟଟନ ସ୍ଥଳଗୁଡ଼ିକରେ ଜମ୍ମୁ ଓ କଶ୍ମୀର ପୋଲିସର ସ୍ୱତନ୍ତ୍ର ଅପରେସନ ଗ୍ରୁପ (ଏସଓଜି) ରୁ ଗଠିତ ଆଣ୍ଟି-ଫିଦାୟୀନ ଦଳ ମୁତୟନ କରିଛନ୍ତି।
କଶ୍ମୀର ମୋଟ ୮୭ଟି ଟୁରିଷ୍ଟ ହବକୁ ପର୍ୟ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି । ବଡ଼ଗାମ ଓ ଅନନ୍ତନାଗରେ ଏକାଧିକ ପର୍ୟ୍ୟଟନ ସ୍ଥଳୀକୁ ବନ୍ଦ କରିଦିଆଯାଇଛି । ଜମ୍ମୁକଶ୍ମୀରର ସ୍ଥାନୀୟ ବାସିନ୍ଦା ପର୍ୟ୍ୟଟନରୁ ରୋଜଗାର କରିଥାଆନ୍ତି । ତେବେ ଆତଙ୍କବାଦୀ ଆକ୍ରମଣ ପରେ ପର୍ୟ୍ୟଟନ ଶିଳ୍ପ ବିଶେଷ ଭାବେ ପ୍ରଭାବିତ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login